fbpx

ସରକାରୀ ଚାକିରିଆଙ୍କୁ ସତର୍କବାଣୀ : ଏହିସବୁ ମାମଲାରେ ଦିଆଯିବନି ଆରାମ

ଭୁବନେଶ୍ୱର : ଆଉ ଚଳିବନି ମନମାନି । ଏଣିକି ସବୁକିଛି ନିୟମ ଅନୁସାରେ ଚାଲିବ । ଆଉ ସରକାରୀ ନିୟମକୁ ମାନିବା ବାଧ୍ୟତାମୂଳକ। ନିୟମ ନ ମାନିଲେ ହେବ କାର୍ଯ୍ୟାନୁଷ୍ଠାନ। ସରକାରୀ ଚାକିରିଆଙ୍କୁ ଏପରି ଭାବେ ରୋକଠୋକ ଶୁଣାଇଦେଇଛନ୍ତି ନୂଆ ସରକାର ।

ଏଣିକି ଡ୍ୟୁଟି ସମୟରେ ଖିଲାପ କଲେ, ଆଉ ନିସ୍ତାର ନାହିଁ । ଅତି କମରେ ସାଢେ ୭ଘଣ୍ଟା କାମ କରିବାକୁ ପଡିବ ।

ଆଉ ୪ ଘଣ୍ଟାରୁ କମ ସମୟ ଅଫିସରେ କାମ କରିଥିଲେ ସେଦିନ ଅନୁପସ୍ଥିତ ବୋଲି ଧରାଯିବ । ସେହିପରି ୪ଘଣ୍ଟାରୁ ଅଧିକ ସାଢେ ୭ଘଣ୍ଟାରୁ କମ ହେଲେ ହାପ ଡେ’ ବୋଲି ଧରାଯିବ । ଆସିବା ଓ ଯିବା ସମୟ ବାୟୋମେଟ୍ରିକରେ ସୂଚିତ କରିବେ । ଅର୍ଥାତ କେତେବେଳେ ଅଫିସରୁ ବାହାରକୁ ଯିବେ, କେତେବେଳେ ଆସିବେ ସେ ସବୁ ବାୟୋମେଟ୍ରିକରେ ସୂଚିତ କରିବାକୁ ପଡିବ । ବାହାରିବା ସମୟ ସୂଚିତ ନ ଥିଲେ ଅନୁପସ୍ଥିତ ଧରାଯିବ ।

ଦିନ ୧୦ଟା ସୁଦ୍ଧା ଅଫିସରେ ଉପସ୍ଥିତ ରହିବେ କର୍ମଚାରୀ । ଅଫିସ ପହଞ୍ଚିବାକୁ ଅଧଘଣ୍ଟା କୋହଳ ମିଳିବ । ଏହା ସବୁବେଳେ ଲାଗୁ ହେବନି । କେବଳ ଜରୁରୀ ପରିସ୍ଥିତିରେ ମିଳିବ ଅଧଘଣ୍ଟା କୋହଳ । ଏନେଇ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ବିଭାଗୀୟ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯାହାକୁ ନେଇ ସବୁ ସରକାରୀ କର୍ମଚାରୀଙ୍କ ତତ୍ପରତା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.