fbpx

ସଲାମ ଏମିତି ପିତାମାତ।ଙ୍କୁ…ଅସହାୟ ନବଜାତକଙ୍କ ପାଇଁ ଭଗବାନ ସାଜିଲେ ଏହି ୨ ସନ୍ତାନଙ୍କ ଜନକ ଜନନୀ

ଓଡିଶା ଭାସ୍କର: ଭୀଷଣ ବର୍ଷାରେ ୱାୟନାଡରେ ଭୟଙ୍କର ଭୂସ୍ଖଳନ ଦେଖିବାକୁ ମିଳିଥିଲା । ଏଥିରେ ପ୍ରାୟ ୨୭୬ ଜଣଙ୍କର ମୃତ୍ୟୁ ହୋଇସାରିଛି । ଏହି ଘଟଣାରେ ଅନେକ ଲୋକ ଗୁରୁତର ହୋଇ ଉଦ୍ଧାର ମଧ୍ୟ ହୋଇଥିଲେ । ଭୂସ୍ଖଳନରେ ଅନେକ ନବଜାତକ ମଧ୍ୟ ରହିଥିଲେ । ମୃତକଙ୍କ ନବଜାତ ଶିଶୁଙ୍କୁ ସ୍ତନ୍ୟପାନ ପାଇଁ କେହି ନଥିଲେ । ଫଳରେ ଜଣେ ଦମ୍ପତି ସେମାନଙ୍କ ପାଇଁ ବରଦାନ ସାଜି ଭଗବାନ ରୂପେ ଉଭା ହେଲେ । ଯାହା ଏବେ ଚାରିଆଡେ ଚର୍ଚ୍ଚା ସାଉଁଟୁଛି । ଉଭୟ ଦମ୍ପତିଙ୍କ ଏହି ମହାନ କାର୍ଯ୍ୟ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି ।
ଏଭଳି ଏକ ଦୃଶ୍ୟ ସାରା ଭାରତ ବର୍ଷରେ ଏବେ ଚର୍ଚ୍ଚା ସାଉଁଟୁଛି । ଲୋକେ ଭୂରି ଭୂରି ପ୍ରଶଂସା କରୁଛନ୍ତି ଏହି ଦମ୍ପତିଙ୍କୁ । ସ୍ତନ୍ୟପାନ କରାଇଥିବା ମହିଳା ଜଣକ କହଇଚନ୍ତି ଯେ ଏମାନେ ତାଙ୍କର ନିଜ ସନ୍ତାନ ଭଳି । ସେଥିପାଇଁ ସେ ଏହି ଦୁଇ ଶିଶୁଙ୍କୁ ସ୍ତନ୍ୟପାନ କରାଇ ସେମାନଙ୍କ ମା’ ହେବାର ସୌଭାଗ୍ୟ ମଧ୍ୟ ଲାଭ କରିଛନ୍ତି । ଯାହା ନିଶ୍ଚିତଭାବରେ ଆଧୁନିକ ସମାଜ ପାଇଁ ଉଦାହରଣ ଓ ପ୍ରେରଣାସ୍ପଦ ମଧ୍ୟ ।

Get real time updates directly on you device, subscribe now.