fbpx

ଶ୍ରୀଲଙ୍କାକୁ ବଡ଼ ଝଟକା: ଭାରତ ବିପକ୍ଷ ଦିନିକିଆ ସିରିଜରୁ ବାଦ୍ ପଡ଼ିଲେ ଷ୍ଟାର ଅଲରାଉଣ୍ଡର ୱାନିନ୍ଦୁ ହସରଙ୍ଗା

ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଦିନିକିଆ ସିରିଜକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଶ୍ରୀଲଙ୍କାର ଷ୍ଟାର ଅଲରାଉଣ୍ଡର ୱାନିନ୍ଦୁ ହସରଙ୍ଗ ଏହି ସିରିଜରୁ ବାଦ୍ ପଡ଼ିଛନ୍ତି । ହସରଙ୍ଗା ଶ୍ରୀଲଙ୍କା କ୍ରିକେଟ ଟିମର ଜଣେ ପ୍ରମୁଖ ଖେଳାଳି ହୋଇଥିବାରୁ ତାଙ୍କର ଅନୁପସ୍ଥିତି ଏବେ ସିଂହଳିକୁ ବହୁଳ ଭାବେ ପ୍ରଭାବିତ କରିବାର ସମ୍ଭାବନା ରହିଛି । ହାମଷ୍ଟ୍ରିଙ୍ଗରେ ଆଘାତ ଲାଗିବା କାରଣରୁ ହସରଙ୍ଗା ପୂରା ସିରିଜରୁ ବାଦ୍ ପଡ଼ିଛନ୍ତି । ଶ୍ରୀଲଙ୍କା କ୍ରିକେଟ ବୋର୍ଡ ପକ୍ଷରୁ ଏ ବାବଦରେ ସୋସିଆଲ ମିଡ଼ିଆରେ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମୋଟ ୩ଟି ଦିନିକିଆ ମ୍ୟାଚ ଖେଳାଯିବ । ଗତ ୨ ତାରିଖରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଶ୍ରୀଲଙ୍କା କଡ଼ା ସଂଘର୍ଷ କରି ମ୍ୟାଚକୁ ଟାଇ ରଖିଥିଲା । ଆଜି ଦ୍ୱିତୀୟ ଦିନିକିଆ ଖେଳାଯିବ ଓ ୭ ତାରିଖରେ ଅନ୍ତିମ ତଥା ଶେଷ ମ୍ୟାଚ ଖେଳାଯିବ । ପ୍ରଥମ ମ୍ୟାଚ ଟାଇ ରହିଥିବାରୁ ଆଜିର ମ୍ୟାଚ ଜିତିବା ଉଭୟ ଟିମ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି । ଶ୍ରୀଲଙ୍କା ଗସ୍ତ ଅବସରରେ ଏହା ପୂର୍ବରୁ ଭାରତ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ ୩-୦ରେ ପୋଛି ନେଇଥିଲା ।

Get real time updates directly on you device, subscribe now.