fbpx

ହିମାଚଳ ପ୍ରଦେଶ ପରେ ଏବେ ଜାମ୍ମୁ କାଶ୍ମୀରରେ ଫାଟିଲା ବାଦଲ: ଶ୍ରୀନଗର-ଲେହ ନ୍ୟାସନାଲ ହାଇୱେ ହେଲା ବନ୍ଦ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ଗାନ୍ଦରବାଲ ଜିଲ୍ଲାରେ ବାଦଲ ଫାଟିବାରୁ ଏକ ରାସ୍ତା ନଷ୍ଟ ହୋଇଯାଇଛି, ଯେଉଁଥିପାଇଁ ଶ୍ରୀନଗର-ଲେହ ଜାତୀୟ ରାଜପଥ ଯାତାୟାତ ପାଇଁ ବନ୍ଦ ହୋଇଛି । ଜଣେ ପ୍ରଶାସନିକ ଅଧିକାରୀଙ୍କ କହିବାନୁସାରେ, ରାତିରେ ବାଦଲ ଫାଟିବାରୁ ଭୂସ୍ଖଳନ ହୋଇଥିଲା, ଯେଉଁଥିପାଇଁ ଶ୍ରୀନଗର-ଲେହ ରାଜପଥ ବନ୍ଦ ହୋଇଯାଇଥିଲା ।

ବର୍ତ୍ତମାନ ଏହି ରାସ୍ତାରେ ଯାତାୟାତ ସ୍ଥଗିତ ରହିଛି ।

ବାଦଲ ଫାଟିବାରୁ ଆସିଥିବା ବନ୍ୟା ଯୋଗୁଁ ଗୋଟିଏ ପାର୍ଶ୍ୱରେ ଥିବା କୋଠାଘର ନଷ୍ଟ ହୋଇଯାଇଥିବା ପୋଲିସ ଅଧିକାରୀ କହିଛନ୍ତି । ଏଥିସହ ଶ୍ରୀନଗର-ଲଦାଖ ରାଜପଥରେ ଶହ ଶହ ଗାଡି ଅଟକି ରହିଛି । ଅଧିକାରୀ କହିଛନ୍ତି ଯେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ରାଜପଥ ପୁନରୁଦ୍ଧାର ପାଇଁ କାର୍ଯ୍ୟ କରୁଛନ୍ତି । ଏହା ସହିତ ଲୋକଙ୍କୁ ସହାୟତା ଯୋଗାଇବା ପାଇଁ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ।

ବନ୍ୟା ଯୋଗୁଁ ଯୋଗାଯୋଗ ସୁବିଧା ମଧ୍ୟ ବ୍ୟାହତ ହୋଇଛି :-

ରାଜପଥ ବନ୍ଦ ହେତୁ କାଶ୍ମୀର ଉପତ୍ୟକା ଲଦାଖରୁ ବିଚ୍ଛିନ୍ନ ହୋଇଛି ଏବଂ ଅମରନାଥ ଯାତ୍ରା ପାଇଁ ବାଲଟାଲ ବେସ କ୍ୟାମ୍ପ ସହିତ ସମ୍ପର୍କ ସୁବିଧା ମଧ୍ୟ ବ୍ୟାହତ ହୋଇଛି । ଏହି ଘଟଣା ପରେ ଲୋକଙ୍କ ମଧ୍ୟରେ ଡ଼ର ଓ ଭୟର ବାତାବରଣ ସୃଷ୍ଟି ହୋଇଛି । ହିମାଚଳ ପ୍ରଦେଶ ପରେ ବର୍ତ୍ତମାନ ଜାମ୍ମୁ କାଶ୍ମୀରରେ ମଧ୍ୟ ବିନାଶର ଦୃଶ୍ୟ ଦେଖିବାକୁ ମିଳୁଛି । ପ୍ରକୃତି ଏପରି ବିପର୍ଯ୍ୟୟ ଘଟାଇଛି ଯେ ଅନେକ ଘର ଏବଂ ଯାନ ଏହା ଦ୍ୱାରା ପ୍ରଭାବିତ ହୋଇଛି । ବର୍ତ୍ତମାନ ସୁଦ୍ଧା କୌଣସି ଜୀବନ ହାନି ହେବାର ଖବର ସାମ୍ନାକୁ ଆସିନାହିଁ ।

Get real time updates directly on you device, subscribe now.