fbpx

ଟ୍ରକ୍ ଧକ୍କାରେ ଚାପି ହୋଇଗଲେ ବାପା ଓ ୨ ପୁଅ, ସ୍କୁଲ ଯିବା ସମୟରେ ଅଘଟଣ

ଯୋଡ଼ା: ଯୋଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି । ଟ୍ରକ୍ ଧକ୍କାରେ ବାପା ଓ ଦୁଇ ପୁଅଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ସୂଚନାରୁ ପ୍ରକାଶ ୨ ପୁଅଙ୍କୁ ସ୍କୁଲ ନେଇ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ବାମେବାରୀ ରାସ୍ତାରେ ଏକ ବାଇକକୁ ଟ୍ରକ୍ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଥିଲା ।

କିଏ ଜାଣିଥିଲା ରାସ୍ତାରେ ଯମ ଜଗି ବସିଛି ବୋଲି । ସକାଳୁ ସକାଳୁ ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ଯିବା ସମୟରେ ଏଭଳି ଏକ ଅଘଟଣ ସାମ୍ନା କରିବାକୁ ପଡ଼ିବ ବୋଲି । ନିଜ ପୁଅ ସହ ପଡ଼ିଶା ଘର ପୁଅକୁ ସ୍କୁଲ ନେଇ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ସମସ୍ତ ମୃତକ ଆଜାଦ ବସ୍ତି ଅଞ୍ଚଳର । ମୃତକମାନେ ହେଲେ ବାପା କ୍ରିଷ୍ଣା ଭୂସାଲ, ନିକିତ ଭୂସାଲ ଓ ଅନ୍ୟ ଜଣେ ମୃତ ଛାତ୍ର ଗଣେଶ ଶର୍ମା ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.