fbpx

ଇଣ୍ଡିଗୋରେ ଆରମ୍ଭ ହେଲା ବିଜନେସ କ୍ଲାସ, ୧୨ ରୁଟରେ ମିଳିବ ସର୍ଭିସ, ଓବେରୋଇ ହୋଲେରୁ ଆସିବ ଖାଇବା

ନୂଆଦିଲ୍ଲୀ: ଦେଶରେ ନମ୍ବର ୱାନ ଏୟାରଲାଇନ ଇଣ୍ଡିଗୋକୁ ଭାରତରେ ୧୮ ବର୍ଷ ପୁରା ହେବାକୁ ଯାଉଛି । ଏହି ସୁଯୋଗରେ ଇଣ୍ଡିଗୋ ୧୨ ରୁଟରେ ବିଜନେସ କ୍ଲାସ ସର୍ଭିସେଜ ଇଣ୍ଡିଗୋ ଷ୍ଟ୍ରେଚ ଆରମ୍ଭ ହେବାର ନିଷ୍ପତ୍ତି ନେଇଛି । ଏଥିରେ ଚେନ୍ନାଇ, ହାଇଦ୍ରାବାଦ, ବେଙ୍ଗାଲୁରୁ ଏବଂ ମୁମ୍ବାଇ ଭଳି ସହର ସାମିଲ ଅଛି । ଇଣ୍ଡିଗୋ ଦେଶରେ ବଢୁଥିବା ପ୍ରିମିୟମ କ୍ଲାସର ଚାହିଦାକୁ କାବୁ କରିବା ପାଇଁ ଇଣ୍ଡିଗୋ ମଧ୍ୟ ଉଦ୍ୟମ ଆରମ୍ଭ କରିଛି । ବିଜନେସ କ୍ଲାସର ବୁକିଂ ୬ ଅଗଷ୍ଟରୁ ଆରମ୍ଭ ହୋଇଯିବ ଏବଂ ଏଥିରେ ଯାତ୍ରା ୧୪ ନଭେମ୍ବରରୁ କରାଯିବ । ଏହାର ଭଡା ୧୮,୦୧୮ ଟଙ୍କାରୁ ଆରମ୍ଭ ହେବ ।

ଏୟାରଲାଇନର ସିଇଓ ପୀଟର ଏଲବର୍ସ କହିଛନ୍ତି ଯେ, ଇଣ୍ଡିଗୋ ୧୮ ବର୍ଷ ପୂର୍ବରୁ ୭ ଅଗଷ୍ଟରେ ଦେଶରେ ପ୍ରଥମ ଉଡାଣ ଭରିଥିଲା । ଏହି ଅବସରରେ ଆମେ ନିଜ ଯାତ୍ରୀମାନଙ୍କୁ ବିଜନେସ କ୍ଲାସର ଉପହାର ମଧ୍ୟ ଦେବାକୁ ଯାଉଛୁ । ଦେଶର ୧୨ ରୁଟରେ ବିଜନେସ କ୍ଲାସ ଆରମ୍ଭ କରିବା ସହ ଆମେ ସେପ୍ଟେମ୍ବରରୁ ବ୍ଲୁଚିପ ଲୋୟାଲିଟି ପ୍ରୋଗ୍ରାମ ମଧ୍ୟ ଆରମ୍ଭ କରିବାକୁ ଯାଉଛି । ପ୍ରିମିୟମ ବିଜନେସ କ୍ଲାସରେ ଖାଦ୍ୟ ଓବେରୋଇ ହୋଟେଲରୁ ଆସିବ । ପୀଟର ଏଲବର୍ସ କହିଛନ୍ତି ଯେ, ଆମେ ନିଜ ବିଜନେସ କ୍ଲାସ ସେବାକୁ ଉତ୍ତମ କରିବାକୁ ସମସ୍ତ ପ୍ରକାର ଚେଷ୍ଟା ଜାରି ରଖିଛନ୍ତି ।

Get real time updates directly on you device, subscribe now.