fbpx

ବଲାଙ୍ଗିର ପାଇଁ ନୂଆଁଖାଇ ଲଗ୍ନ ଧାର୍ଯ୍ୟ, ଶୁଭ ମୁହୂର୍ତ୍ତରେ ଲାଗି ହେବ ନବାନ୍ନ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ନୂଆଁଖାଇ ପାଇଁ ତାରିଖ ଓ ସମୟ ଧାର୍ଯ୍ୟ ହୋଇଛି । ବଲାଙ୍ଗିର ଜିଲ୍ଲାର ଜ୍ୟୋତିଷ ପଣ୍ଡିତ ମହାସଭା ନବାନ୍ନ ନିର୍ଣ୍ଣାୟକ କମିଟି ଏହ ଲଗ୍ନ ଧାର୍ଯ୍ୟ କରିଛନ୍ତି । ଭାଦ୍ରବ ଶୁକ୍ଳପକ୍ଷ ପଂଚମୀ ତିଥି ସେପ୍ଟେମ୍ବର ୮ ତାରିଖରେ ବଲାଙ୍ଗିର ଇଷ୍ଟଦେବୀ ମା’ ପାଟଣେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହେବ । ସେହିଦିନ ସକାଳ ୯ଟା ୩୫ରୁ ୧୦ଟା ୭ ମଧ୍ୟରେ ନବାନ୍ନ ଲାଗି ହେବ । ଇଷ୍ଟ ଦେବୀଙ୍କ ନିକଟରେ ନବାନ୍ନ ଲାଗି ହେବା ପରେ ସମସ୍ତେ ନୂଆ ଖାଇବାର ପରମ୍ପରା ରହିଛି ।

Get real time updates directly on you device, subscribe now.