fbpx

ଫାଇଲେରିଆ ନିରାକରଣ ଅଭିଯାନ ନିମନ୍ତେ ସାମ୍ବାଦିକମାନଙ୍କ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ବରଗଡ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ର ପ୍ରଶିକ୍ଷଣ କକ୍ଷ୍ୟ ରେ ଫାଇଲେରିଆ ନିରାକରଣ ଅଭିଯାନ ନିମନ୍ତେ ଆସନ୍ତା ଅଗଷ୍ଟ ୧୦ ରୁ ୧୯ ପଯ୍ୟନ୍ତ ସମୂହ ଔଷଧ ସେବନ କାର୍ଯ୍ୟକ୍ରମ (MDA) ପାଇଁ ସାମ୍ବାଦିକ ମାନଙ୍କ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଜନସ୍ବାସ୍ଥ୍ୟ ଅଧିକାରୀ, ଡ. ନିରୁପମା ଷଡ଼ଙ୍ଗୀ, ଜିଲ୍ଲା ଅତିରିକୁ ଜନସ୍ବାସ୍ଥ୍ୟ ଅଧିକାରୀ (ଭେକ୍ଟର ବାହିତ ରୋଗ) ତ, ସାଧୁ ଚରଣ ଦାଶ ଓ ଡ. ସୁଭାଶିଷ ମହାନ୍ତି, ରାଜ୍ୟ ଯୁଗ୍ମ ନିର୍ଦେଶକ ଫାଇଲେରିଆ ରୋଗ କିପରି ହୁଏ ଏବଂ ଏହାର ନିରାକରଣ ନିମନ୍ତେ ବର୍ଷ କୁ ଗୋଟିଏ ଥର ମାତ୍ର ୨ ବର୍ଷ ରୁ ଊଦ୍ଧ ବୟସ୍କ ସମସ୍ତ ଜନ ସାଧାରଣ (ଗର୍ଭବତୀ ମହିଳା ଓ ଅତ୍ୟନ୍ତ ରୁଗ୍ମ ବ୍ୟକ୍ତିଙ୍କ ବ୍ୟତୀତ)ଔଷଧ ସେବନ କରିବେ ଏବଂ ଏହା ତାଲିମପ୍ରାପ୍ତ ଔଷଧ ସେବନକାରୀ (ଆଶା, ଅଙ୍ଗନବାଡି ମାନେ) ଘରକୁ ଘର ଏବଂ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷ୍ୟାନୁଷ୍ଠାନ କାଯ୍ୟଳୟ ଏବଂ ବ୍ୟାଙ୍କ ରେ ଔଷଧ ଖୁଆଇବେ ବୋଲି ଉଲ୍ଲେଖ କରିଥିଲେ।

ଦୁଇଟି ଔଷଧ ଡି. ଇ.ସି ଓ ଆଲବେଣ୍ଡାଜୋଲ ବୟସ ଅନୁପାତରେ ଦିଆଯିବା ସଂଗେ ଆଇଭରମେକ୍ଟିନ ବଟିକା ଉଚ୍ଚତା ଅନୁସାରେ ଦିଆଯିବ ଏବଂ ସମସ୍ତଙ୍କୁଔଷଧ ସେବନକାରୀ (ଆଶା, ଅଙ୍ଗନବାତି ମାନେ) ସମ୍ମୁଖରେ ଔଷଧ ଖାଇବା ପାଇଁ ସାମ୍ବାଦିକ ମାନଙ୍କୁ ଅବଗତ କରିଥିଲେ। ବରଗଡ଼ ଜିଲ୍ଲା ରେ ଫାଇଲେରିଆ ରୋଗ ର ପ୍ରାଦୁର୍ଭାବ ଅଧୁକ ଥୁବାରୁ, ସମସ୍ତେ ଔଷଧ ସେବନ କରିବା ପାଇଁ ଜଣ ସଚେତନତା ର ଅତ୍ୟନ୍ତ ଆବଶ୍ୟକ‌ତା ରହିଛି |ସମୁଦାୟ ପ୍ରାୟ ୫୦୨୪ ଜଣ ଔଷଧ ସେବନକାରୀ ଓ ୪୮୬ ଜଣ ପରିଦର୍ଶକ ଏହି ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ରେ ନିୟୋଜିତ ହେବେ।

Get real time updates directly on you device, subscribe now.