fbpx

ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪: କ୍ୱାର୍ଟର ଫାଇନାଲରେ ପ୍ରବେଶ କଲେ ଅମନ ସେହରାଓ୍ଵତ

ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସର କୁସ୍ତି ମ୍ୟାଚ୍ ର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଭାରତର ଅମନ ସେହରାଓ୍ଵତ। ୫୭ କେଜି ଓଜନ ବର୍ଗରେ ଅମନ ପ୍ରଥମ ରାଉଣ୍ଡରେ ପୂର୍ବତନ ୟୁରୋପୀୟ ଚାମ୍ପିୟନ ଭ୍ଲାଦିମିର ଇଗୋରୋଭଙ୍କୁ ୧୦-୦ ଗୋଲରେ ପରାସ୍ତ କରିଥିଲେ। ସେପଟେ କୁସ୍ତି ମ୍ୟାଚରେ ଭାରତକୁ ଆଉ ଏକ ଝଟକା ଲାଗିଛି । ଭାରତର ଅଂଶୁ ମଲ୍ଲିକ ପ୍ରଥମ ରାଉଣ୍ଡରେ ହାରି ସାରିଛନ୍ତି। ୫୭ କେଜି ବର୍ଗରେ ସେ ପ୍ରଥମ ରାଉଣ୍ଡରେ ଆମେରିକୀୟ କୁସ୍ତିଯୋଦ୍ଧାଙ୍କ ଠାରୁ ୭-୨ ଗୋଲରେ ପରାସ୍ତ ହୋଇଥିଲେ।

ପୂରା ମ୍ୟାଚ୍ ରେ ଅଂଶୁ ଅତ୍ୟନ୍ତ ରକ୍ଷଣାତ୍ମକ ଭାବେ ଖେଳୁଥିବା ଦେଖିବାକୁ ମିଳିଥିଲା। ଯେଉଁଥିପାଇଁ ସେମାନେ କ୍ଷତିଗ୍ରସ୍ତ ହୋଇଥିଲେ। ୫୦ କେଜି ଓଜନ ବର୍ଗରେ ଭିନେଶ ଫୋଗାଟ ନିଶ୍ଚିତ ଭାବେ ଫାଇନାଲରେ ପ୍ରବେଶ କରିଛନ୍ତି। କିନ୍ତୁ ଓଜନ ଅଧିକ ଥିବାରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା ଏବଂ ତାଙ୍କୁ କୌଣସି ପଦକ ମିଳିନଥିଲା। ଏହାବ୍ୟତୀତ ୫୩ କେଜି ବର୍ଗରେ ଆଣ୍ଟିମ୍ ପାଙ୍ଗଲ ମଧ୍ୟ ପ୍ରଥମ ରାଉଣ୍ଡରେ ପରାଜିତ ହୋଇଥିଲେ।

Get real time updates directly on you device, subscribe now.