fbpx

PMAY ଘର ତିଆରି ପାଇଁ ଅଧିକ Subsidy ଦେବେ ମୋଦୀ ସରକାର! ପୂର୍ବ ଅପେକ୍ଷା ମିଳିବ ଅଧିକ ଟଙ୍କା

ନୂଆଦିଲ୍ଲୀ: ଘର ତିଆରି କରିବାକୁ ଚାହୁଁଥିବା ଲୋକମାନଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । କେନ୍ଦ୍ରରେ ମୋଦୀ ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏବେ ବଢିବ ସବସିଡି ଟଙ୍କା । ଏହି ଯୋଜନାର ଦ୍ୱିତୀୟ ପର୍ଯ୍ୟାୟକୁ ନେଇ ଗତ ବଜେଟରେ ଘୋଷଣା କରାଯାଇଛି । ଏଣିକି ପୂର୍ବ ଅପେକ୍ଷା ଅଧିକ ଟଙ୍କା ସବସିଡି ଦେବା ପାଇଁ ଘୋଷଣା କରିଛନ୍ତି ମୋଦୀ ସରକାର । ତେବେ ଦିଲ୍ଲୀ-ଏନସିଆର ବା ଅନ୍ୟ କୌଣସି ସହରରେ ଘର ତିଆରି କରିବାକୁ ଚାହୁଁଥିବା ଲୋକମାନେ ଏହି ଯୋଜନାର ଫାଇଦା ଉଠାଇପାରିବେ ।

ଏଣିକି ସହରରେ ମଧ୍ୟ ମିଡିଲ ଇନକମ୍ କ୍ଲାସ ପାଇଁ ଇନକମ୍ ସ୍ଲାବ ଏବଂ ଆର୍ଥିକ ଦୁର୍ବଳ ଲୋକମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ମିଳୁଥିବା ସହାୟତା ରାଶିରେ ବୃଦ୍ଧି ହେବାକୁ ଯାଉଛି । ଏଥିପାଇଁ ନୂଆ ଗାଇଡଲାଇନର କ୍ୟାବିନେଟ ନୋଟ୍ ପ୍ରସ୍ତୁତ କରାଯାଇଛି । ଚଳିତମାସରେ ଏହି ନୋଟକୁ କେନ୍ଦ୍ର କ୍ୟାବିନେଟ ବୈଠକରେ ରଖିବା ପାଇଁ ପ୍ରସ୍ତୁତି ରହିଛି । ବର୍ତ୍ତମାନ ଇଡବ୍ଲଏସ କାଟାଗୋରୀରେ ଆସୁଥିବା ସମସ୍ତ ପରିବାରଙ୍କୁ ଘର ତିଆରି କରିବା ପାଇଁ ସରକାରଙ୍କ ତରଫରୁ ଦେଢ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ତେବେ କେନ୍ଦ୍ର କ୍ୟାବିନେଟ ବୈଠକରେ ମଞ୍ଜୁରୀ ମିଳିବା ପରେ ଅଗଷ୍ଟ ମାସରେ ହିଁ ପିଏମ ଆବାସ ଯୋଜନା ୨.୦ର ନୂଆ ଗାଇଡଲାଇନ୍ ସହ ଲାଗୁ କରାଯାଇପାରେ ।

ମିଡିଲ ଇନକମ୍ ଗ୍ରୁପ୍ ବା ଏଢ଼ଆଇଜିଙ୍କ ପାଇଁ ସୁଧ ସବସିଡି ରାଶି ବୃଦ୍ଧି କରାଯିବା ଏହି ଯୋଜନାର ମୂଳ ଲକ୍ଷ୍ୟ ରହିଛି । ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନାର ଫାଇଦା ପାଇ ନଥିବା ଲୋକମାନଙ୍କୁ ଏଥିରେ ସାମିଲ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଆବାସ ଯୋଜନା ଅଧୀନରେ ବାର୍ଷିକ ୬-୧୨ ଲକ୍ଷ ଟଙ୍କା ଆୟ କରୁଥିବା ପରିବାରକୁ ଏମଆଇଜି-୧ଏବଂ ୧୨-୧୮ ଲକ୍ଷ ଆୟ କରୁଥିବା ଲୋକମାନଙ୍କୁ ଏମଆଇଜି-୨ କାଟାଗୋରୀରେ ରଖାଯାଇଛି ।

ଆବାସ ଯୋଜନା ୨.୦ ଅଧୀନରେ ସହରର ଗରିବ ଏବଂ ମିଡିଲ କ୍ଲାସ ଲୋକଙ୍କ ପାଇଁ ୧୦ ଲକ୍ଷ କୋଟି ଟଙ୍କାରେ ୧ କୋଟି ଘର ନିର୍ମାଣ କରିବାର ଟାର୍ଗେଟ ରହିଛି । ଏଥିରେ କେନ୍ଦ୍ରର ସହାୟତାରେ ୨.୨୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ । ଏହାବ୍ୟତୀତ ଗ୍ରାମୀଣ ଇଲାକାରେ ୨ କୋଟି ଅତିରିକ୍ତ ଘର ଉପଲବ୍ଧ କରାଇବା ପାଇଁ ଯୋଜନା ରହିଛି ।

Get real time updates directly on you device, subscribe now.