fbpx

ବାଙ୍କୀରେ ପ୍ରବେଶ କଲା ମହାନଦୀର ପ୍ରଥମ ବନ୍ୟାଜଳ, ଚିନ୍ତାରେ ଚାଷୀ

କଟକ: ବାଙ୍କୀରେ ପ୍ରବେଶ କରିଛି ମହାନଦୀର ପ୍ରଥମ ବନ୍ୟାଜଳ। ବିଲିପଡ଼ା-ତାଳବସ୍ତ ରାସ୍ତାରେ ୩ଫୁଟର ବନ୍ୟାଜଳ ଜମିଛି। ଏଥିସହ ହେକ୍ଟର ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି। ବିଲିପଡା, ତାଳବସ୍ତ, ବରହମପୁର ପଞ୍ଚାୟତ ଚାଷଜମିରେ ପାଣି ପ୍ରବେଶ ବନ୍ୟାଜଳ ପ୍ରବେଶ କରିଛି।

ସୂଚନାନୁଯାୟୀ, ବାଙ୍କୀର ତଳିଆ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଛି। ତଳିଆ ଅଞ୍ଚଳର ଅନେକ ଗ୍ରାମରେ ପାଣି ପ୍ରବେଶ କରିଛି। ଧାନ ଫସଲ ଏବଂ ପନିପରିବା ଫସଲର ଚାଷ ଜମି ଜଳମଗ୍ନ ହୋଇଛି। ଚାଷଜମିରେ ୩ରୁ ୪ ଦିନ ଏପରି ପାଣି ରହିବ ବୋଲି କୁହାଯାଉଛି। ଏଥିରେ ସମସ୍ତ ଫସଲ ନଷ୍ଟ ହେବାକୁ ନେଇ ଆଶଙ୍କା କରାଯାଉଛି। ଚାଷ ଜମିରେ ବନ୍ୟାଜଳ ପ୍ରବେଶ ନେଇ ଚାଷୀ ଚିନ୍ତାରେ ଅଛନ୍ତି।

Get real time updates directly on you device, subscribe now.