fbpx

ISIS ଆତଙ୍କବାଦୀ ରିଜୱାନକୁ ଗିରଫ କଲା ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ: ରହିଥିଲା ୩ ଲକ୍ଷର ପୁରସ୍କାର

ନୂଆଦିଲ୍ଲୀ: ଅଗଷ୍ଟ ୧୫ ପୂର୍ବରୁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲକୁ ଏକ ବଡ଼ ସଫଳତା ମିଳିଛି । ଆଇଏସଆଇଏସ ଆତଙ୍କବାଦୀ ରିଜୱାନକୁ ଗିରଫ କରାଯାଇଛି । ଏହି ଆତଙ୍କବାଦୀର ପରିଚୟ ରିଜୱାନ ଅଲୀ ବୋଲି ଜଣାପଡ଼ିଛି । ଦିଲ୍ଲୀର ଦରିୟାଗଞ୍ଜର ବାସିନ୍ଦା ରିଜୱାନ ଉପରେ ଜାତୀୟ ତଦନ୍ତକାରୀ ସଂସ୍ଥା (ନିଆ) ତରଫରୁ ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ରିଜୱାନ ଓ ତା’ର ସାଥୀମାନେ ଦିଲ୍ଲୀର ଅନେକ ଭିଆଇପି ଅଞ୍ଚଳରେ ଲୁଚି ରହିଥିବା ଜଣାପଡ଼ିଥିଲା ।

ଯାଞ୍ଚ ଏଜେନ୍ସ ନିଆ ଦ୍ୱାରା ରିଜୱାନ ୱାଣ୍ଟେଡ ଘୋଷିତ ହୋଇଥିଲା । ରିଜୱାନ ପୁଣେ ଆଇଏସଆଇଏସ ମଡ୍ୟୁଳର ସବୁଠାରୁ କୁଖ୍ୟାତ ଆତଙ୍କବାଦୀ ଥିଲା । ପୁଣେ ପୋଲିସ ଓ ଏନଆଇ ପୁଣେ ମଡ୍ୟୁଲର ଅନେକ ଆତଙ୍କବାଦୀଙ୍କୁ ଗିରଫ କରିସାରିଛନ୍ତି । ରିଜୱାନ ଦୀର୍ଘଦିନ ହେବ ଫେରାର ରହିଥିଲା । ଏହି ଆତଙ୍କବାଦୀମାନେ ଦିଲ୍ଲୀ ଓ ମୁମ୍ବାଇର ଅନେକ ଭିଭିଆଇପି ଅଞ୍ଚଳରେ ଲୁଚି ରହିଥିଲେ ।

Get real time updates directly on you device, subscribe now.