fbpx

WHOର ରିପୋର୍ଟ- ବିଶ୍ୱରେ ଏହି ୧୦ ଟି ରୋଗରେ ମରୁଛନ୍ତି ଅଧିକାଂଶ ଲୋକ, କୋଭିଡଠାରୁ ମଧ୍ୟ ଭୟଙ୍କର ଏହି ରୋଗ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ସାରା ବିଶ୍ୱରେ ମୃତ୍ୟୁର ପ୍ରମୁଖ କାରଣଗୁଡିକର ଏକ ତାଲିକା ପ୍ରକାଶ କରିଛି ଯେଉଁଥିରେ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି । ରିପୋର୍ଟ ଅନୁଯାୟୀ, ୨୦୨୧ ମସିହାରେ ବିଶ୍ୱର ମୋଟ ୬୮ ନିୟୁତ ମୃତ୍ୟୁ ମଧ୍ୟରୁ ୫୭% ମୃତ୍ୟୁ ୧୦ ଟି ରୋଗ ହେତୁ ହୋଇଥିଲା ।

ଏଥିମଧ୍ୟରୁ ସବୁଠାରୁ ବଡ କାରଣ ହେଉଛି ଇସକେମିକ୍ ହାର୍ଟ ରୋଗ । ବିଶ୍ୱର ମୋଟ ମୃତ୍ୟୁର ୧୩ ପ୍ରତିଶତ ମାମଲା ପାଇଁ ଏହା ଦାୟୀ । ୨୦୦୦ ମସିହାରୁ ଏହି ରୋଗ ହେତୁ ମୃତ୍ୟୁରେ ୨୭ ଲକ୍ଷ ବୃଦ୍ଧି ଘଟିଛି ଏବଂ ୨୦୨୧ ମସିହାରେ ଏହି ରୋଗ ହେତୁ ୯୧ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି । କୋଭିଡ କାରଣରୁ କେବଳ ୮ ଲକ୍ଷ ମୃତ୍ୟୁ ଘଟିଛି । ସରଳ ଭାଷାରେ, ହୃଦଘାତ କିମ୍ବା ଇସକେମିକ୍ ହୃଦ୍ ରୋଗ କରୋନା ଜୀବାଣୁ ଅପେକ୍ଷା ଅଧିକ ଲୋକଙ୍କର ଜୀବନ ନେଉଛି ।

ଇସକେମିକ୍ ହୃଦ୍ ରୋଗ :-
କୋଭିଡ୍-୧୯
ଷ୍ଟ୍ରୋକ୍
କ୍ରୋନିକ ଅବଷ୍ଟ୍ରକ୍ଟିଭ ଫୁସଫୁସ ରୋଗ
ଫୁସଫୁସ କର୍କଟ
ଆଲଜାଇମର
ମଧୁମେହ
କିଡନୀ ରୋଗ
ଯକ୍ଷ୍ମା

ଇସକେମିକ୍ ହୃଦ୍ ରୋଗ କ’ଣ?

ଇସକେମିକ୍ ହୃଦ୍ ରୋଗରେ, ରକ୍ତ ପ୍ରବାହ ଅଭାବରୁ ହାର୍ଟ ଦୁର୍ବଳ ହୋଇଯାଏ । ଏହା ସାଧାରଣତଃ କୋଲେଷ୍ଟ୍ରଲ ବୃଦ୍ଧି ହେବାର ଫଳାଫଳ । ଶିରାରେ ପ୍ଲାକ୍ ଜମା ହେତୁ ରକ୍ତ ସଞ୍ଚାଳନ ସଠିକ୍ ଭାବରେ ହୁଏ ନାହିଁ । ଏଥିରେ ପୀଡିତ ବ୍ୟକ୍ତି ଛାତି ଯନ୍ତ୍ରଣା ଠାରୁ ଆରମ୍ଭ କରି ହୃଦଘାତ ପର୍ଯ୍ୟନ୍ତ ଲକ୍ଷଣ ଅନୁଭବ କରିପାରନ୍ତି । ଏହାର ଚିକିତ୍ସାରେ ଔଷଧ, ଆଞ୍ଜିଓପ୍ଲାଷ୍ଟି, ଅସ୍ତ୍ରୋପଚାର ଏବଂ ଜୀବନଶୈଳୀରେ ଆବଶ୍ୟକ ପରିବର୍ତ୍ତନ ଅନ୍ତର୍ଭୁକ୍ତ ।

ହୃଦୟକୁ ଶକ୍ତିଶାଳୀ କରିବାର ଉପାୟ :-

ହୃଦୟକୁ ମଜବୁତ କରିବା ପାଇଁ, ଖାଦ୍ୟ ସହିତ ବ୍ୟାୟାମ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯଦି ଆପଣ କେବେ ହୃଦଘାତର ଶିକାର ହେବାକୁ ନଚାହାଁନ୍ତି , ତେବେ ପ୍ରତିଦିନ ୧୦-୧୫ ମିନିଟ୍ ପାଇଁ ଫିଜିକାଲ ଆକ୍ଟିଭିଟି କରନ୍ତୁ ।

Get real time updates directly on you device, subscribe now.