fbpx

ବାଂଲାଦେଶ ହିଂସା: ବିକ୍ଷୋଭକାରୀଙ୍କ ସୁପ୍ରିମକୋର୍ଟ ଘେରାଉ, ଇସ୍ତଫା ଦେବେ ପ୍ରଧାନ ବିଚାରପତି ଓବାଇଦୁଲ ହସନ

ଢାକା: ବାଂଲାଦେଶରେ ସଂରକ୍ଷଣ ପ୍ରସଙ୍ଗକୁ ନେଇ ଜାରି ରହିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ତେଜୁଛି ବିକ୍ଷୋଭକାରୀଙ୍କ ପ୍ରତିବାଦ । ଶନିବାର ବିକ୍ଷୋଭକରୀମାନେ ଢାକାରେ ସୁପ୍ରିମକୋର୍ଟ ଘେରାଉ କରିଛନ୍ତି । ସେମାନେ ପ୍ରଧାନ ବିଚାରପତିଙ୍କ ସମେତ ଅନ୍ୟ ବିଚାରପତିଙ୍କୁ ୧ ଘଣ୍ଟା ମଧ୍ୟରେ ଇସ୍ତଫା ଦେବା ପାଇଁ କହିଛନ୍ତି । ପ୍ରଦର୍ଶନକାରୀଙ୍କ ବଢ଼ୁଥିବା ବିରୋଧକୁ ଦେଖି ବାଂଲାଦେଶ ମୁଖ୍ୟ ବିଚାରପତି ଓବାଇଦୁଲ ହସନ(Obaidul Hassan) ନ୍ୟାୟପାଳିକାର ମୁଖ୍ୟ ପଦରୁ ଇସ୍ତଫା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସେ ସନ୍ଧ୍ୟା ବେଳେ ରାଷ୍ଟ୍ରପତି ମହମ୍ମଦ ଶହାବୁଦ୍ଦିନଙ୍କ ସହ ପରାମର୍ଶ କରିବା ପରେ ନିଜ ଇସ୍ତଫା ପତ୍ର ପ୍ରଦାନ କରିବେ ।

Get real time updates directly on you device, subscribe now.