fbpx

ବର୍ଷାରେ ଖରାପ ହେଉଛି କି ଘରେ ଥିବା ଗହମ, ଆପଣାନ୍ତୁ ଏହି ୫ ଉପାୟ, ସୁରକ୍ଷିତ ରହିବ-ଖାଇବା ଯୋଗ୍ୟ ହେବ…

ଓଡିଶା ଭାସ୍କର: ବର୍ଷା ଦିନରେ ରୋଷେଇ ଘରେ ଥିବା ମସଲା, ଚାଉଳ ତଥା ଅନ୍ୟ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଖରାପ ହୋଇଯାଏ । ଯଦି ଆପଣ ଗହମରୁ ତିଆରି ଅଟାରେ ରୁଟି ଖାଇବାକୁ ପସନ୍ଦ କରନ୍ତି, ତେବେ ଘରେ ତ ଗହମ ନିଶ୍ଚୟ ରଖୁଥିବେ । ମାତ୍ର ଅନେକ ସମୟରେ ଏହା ଖରାପ ମଧ୍ୟ ହେଉଥିବାରୁ ଆପଣଙ୍କ ଘରଣୀ ଓ ପରିବାର ଲୋକ ବ୍ୟସ୍ତ ହୋଇ ପଡନ୍ତି । ଲମ୍ବା ସମୟ ରହିଲେ ଏଥିରେ କୀଟ ଲାଗିବାର ଆଶଙ୍କା ମଧ୍ୟ ଥାଏ । ତେବେ ଏହା କେମିତି ଖରାପ ହେବ ନାହିଁ, ସେଥିପାଇଁ ଏ ୫ ଟି ଉପାୟ…

୧.ଅମଲ ପରେ ଗହମକୁ ଘରେ ରହିଥିଲେ ତାହାର ଯଥେଷ୍ଟ ଧ୍ୟାନ ଦେବାର ଆବଶ୍ୟକତା ଥାଏ । ସପ୍ତାହକୁ ଆପଣ ଗହମକୁ ଖରାରେ ୨ ଥର ରଖନ୍ତୁ । ଖରାପ ହେବ ନାହିଁ । ଏଥିରେ କୀଟ ଲାଗିବେ ନାହିଁ ଓ ଏହା ସୁରକ୍ଷିତ ରହିବ ।

୨.ଯେଉଁ ଜାଗାରେ ଆପଣ ଗହମକୁ ରଖିଛନ୍ତି ତାହାକୁ ମଧ୍ୟ ସଫା ରଖନ୍ତୁ । କେତେ ଦିନର ବ୍ୟବଧାନରେ ଏହାକୁ ଅଧିକ ତାପମାତ୍ରାରେ ଧୋଇକି ଶୁଖେଇ ଦିଅନ୍ତୁ । ଫଳରେ ଗହମ ତାଜା ରହିବ । ଶୀଘ୍ର ଖରାପ ହେବ ନାହିଁ ।

୩. ଯେଉଁ ସ୍ଥାନରେ ଆପଣ ଗହମକୁ ରଖୁଛନ୍ତି, ମଝିରେ ମଝିରେ ସେହି ସ୍ଥାନକୁ ଯାଞ୍ଚ କରନ୍ତୁ । ସେଥିରେ ପାଣି ଯେମିତି ନ ଲାଗେ ତାହାପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଗହମ ରଖୁଥିବା କୋଠରୀ କିମ୍ବା ଅନ୍ୟ ସ୍ଥାନକୁ ଶୁଖିଲା ରଖନ୍ତୁ । ନହେଲେ ଗହମରେ କୀଟ ଲାଗିବାର ଆଶଙ୍କା ରହିପାରେ ।

୪. ବର୍ଷା ସମୟରେ କୌଣସି ବି ଶସ୍ୟକୁ ଆଲୁମିନିୟମ କଣ୍ଟେନରରେ ରଖନ୍ତୁ । ଏଥିରେ ଫଙ୍ଗସ୍‌, ବ୍ୟାକ୍ଟେରିଆ ତଥା ଅନ୍ୟ କୀଟ ଲାଗିବେ ନାହିଁ । ଯାହାଦ୍ୱାରା ଆପଣଙ୍କ ଗହମ ଅନେକ ଦିନଯାଏଁ ସୁରକ୍ଷିତ ରହିପାରିବ ।

୫. ମଝିରେ ମଝିରେ ଘରୋଇ ଉପାୟ ବି ଅବଲମ୍ବନ କରନ୍ତୁ ଏହାକୁ ନଷ୍ଟ ନ ହେବାକୁ ଦେବା ପାଇଁ । ଗହମରେ ନିମ୍ବପତ୍ର ତଥା କର୍ପୂର ଦେଇ ବି ରଖିପାରିବେ । ଫଳରେ ତାହା ଖାଇବା ଯୋଗ୍ୟ ହୋଇ ରହିବ ।

Get real time updates directly on you device, subscribe now.