fbpx

ଟମ୍ ଆଣ୍ଡ ଜେରୀ କମେଡି ନୁହେଁ, ବରଂ ଏକ ହିଂସା ଅଟେ, ମୁଁ ଯାହା ଆକ୍ସନ ସିନ କରିଛି ତାହା ଏଥିରୁ ନିଆଯାଇଛି

ଓଡିଶା ଭାସ୍କର: ବଲିଉଡ ଇଣ୍ଡଷ୍ଟ୍ରିର ସବୁଠୁ ଲୋକପ୍ରିୟ ଆକ୍ସନ ଷ୍ଟାର ଅଭିନେତା ଭାବରେ ଜଣାଯାଇଥାଏ । ଖିଲାଡି କୁମାର ନିଜର ଦଶନ୍ଧିର କ୍ୟାରିଅର ମଧ୍ୟରେ ଅନେକ ଆକ୍ସନଭରା ସିନେମା ଭେଟି ଦେଇଛନ୍ତି ଦର୍ଶକଙ୍କୁ । ନିଜର ଆଗାମୀ ସିନେମା ‘ଖେଳ ଖେଳ ମୈ’ ରେ ଅଭିନେତା ଅକ୍ଷୟ କୁମାର ଏକ ସାକ୍ଷାତକାରରେ ନିଜର ପ୍ରିୟ କାର୍ଟୁନ ଫ୍ରାଞ୍ଜାଇଜ ଟମ୍ ଆଣ୍ଡ ଜେରୀ ଉପରେ ବିଚାର ରଖିଛନ୍ତି ।

ବଲିଉଡ ଷ୍ଟାର କହିଛନ୍ତି ଯେ, ଟମ୍ ଆଣ୍ଡ ଜେରୀ କାର୍ଟୁନ କମେଡି ନୁହେଁ ବରଂ ଏହା ଏକ ହିଂସାର ପ୍ରତିଫଳନ । ନିଜ ସିନେମାରେ ମଧ୍ୟ ସେ ଅନେକ ଦୃଶ୍ୟ ଏଥିରୁ ପ୍ରେରଣା ପାଇ ସେ ବ୍ୟବହାର କରିଥିବା ଅକ୍ଷୟ କହିଛନ୍ତି । ତାହାସହ ବହୁ ସମୟରେ ଟମ ଆଣ୍ଡ ଜେରୀ କାର୍ଟୁନରୁ ସେ ଆକ୍ସନ ଦୃଶ୍ୟ ଉଦ୍ଧାର କରି ଥାଆନ୍ତି । ଏହାବାଦ ଖିଲାଡି କୁମାର ନ୍ୟାଶନଲ ଜିଓଗ୍ରାଫିକରୁ ବି ଅନେକ ସମୟରେ ଅନେକ ଆକ୍ସନ ଦୃଶ୍ୟ ନିଜ ସିନେମାରେ ବ୍ୟବହାର କରନ୍ତି । ଏହି ଟମ୍ ଆଣ୍ଡ ଜେରୀ ତଥା ନ୍ୟାଶନଲ ଜିଓଗ୍ରାଫିକରେ ସେ ଜବରଦସ୍ତ ଆକ୍ସନ ଥିବା କୁହନ୍ତି ।

ସେପଟେ ଅକ୍ଷୟ କୁମାରଙ୍କ ପ୍ରଶଂସକ ତାଙ୍କର ଆଗାମୀ ସିନେମା ‘ଖେଳ ଖେଳ ମୈ’ କୁ ନେଇ ଅପେକ୍ଷାରତ । ଏହି ସିନେମାରେ ଖିଲାଡି କୁମାରଙ୍କ ବାଣୀ କପୂର, ତାପସୀ ପନ୍ନୁ, ଏମି ୱର୍କ ତଥା ପ୍ରଜ୍ଞା ଜୟସ୍ୱାଲଙ୍କ ଭଳି କଳାକାର ଅଭିନୟ କରିଛନ୍ତି । ସିନେମାକୁ ମୁଦସ୍‌ସର ଅଲି ନିର୍ଦ୍ଦେଶନା ଦେଇଛନ୍ତି । ଅକ୍ଷୟଙ୍କ ଏହି ସିନେମା ସ୍ୱାଧୀନତା ଦିବସରେ ରିଲିଜ ହେବାକୁ ଯାଉଛି ।

Get real time updates directly on you device, subscribe now.