fbpx

Olympics-2024 ମ୍ୟାଚ୍ ନ ଜିତି ଜିତିଲେ ବ୍ରୋଞ୍ଜ… ଭିନେଶ ଫୋଗାଟଙ୍କ ପୂର୍ବରୁ ଏନାଙ୍କୁ ମିଳିଲା ନ୍ୟାୟ

ନୂଆଦିଲ୍ଲୀ: ଭାରତୀୟ ମହିଳା କୁସ୍ତି ଯୋଦ୍ଧା ଭିନେଶ ଫୋଗାଟଙ୍କ ମାମଲା କୋର୍ଟରେ ଏବେ ବି ବିଚାରାଧୀନ ରହିଛି । ଏ ନେଇ କ’ଣ ମିଳିବ ରାୟ, ତାହା ଉପରେ ରହିଛି ସମସ୍ତଙ୍କ ନଜର । କିନ୍ତୁ ଭିନେଶଙ୍କା ମାମଲାରେ ରାୟ ଆସିବା ପୂର୍ବରୁ ଆଉ ଜଣେ ଖେଳାଳିଙ୍କୁ କୋର୍ଟରେ ନ୍ୟାୟ ପ୍ରଦାନ ହୋଇଛି । ମ୍ୟାଚରେ ପରାସ୍ତ ହୋଇ ମଧ୍ୟ ଏନା ମାରିଆ ବାରବୋସୁଙ୍କୁ ବ୍ରୋଞ୍ଜ ପଦକ ବିଜେତା ଭାବରେ ଘୋଷଣା କରାଯାଇଛି । ରୋମାନିଆ ଜିମନାଷ୍ଟ ଏନା ବାରବୋସୁଙ୍କୁ କାଂସ୍ୟ ପଦକ ପ୍ରଦାନ କରିବା ପାଇଁ କୋର୍ଟ ରାୟ ଶୁଣାଇଛନ୍ତି ।

 

View this post on Instagram

 

A post shared by Gymnastics Now (@gymnastics__now)

ଭାରତୀୟ କୁସ୍ତି ଯୋଦ୍ଧା ଭିନେଶ ଫୋଗାଟଙ୍କ ପୂର୍ବରୁ ରୋମାନିଆ ଜିମନାଷ୍ଟ ଏନା ବାରବୋସୁଙ୍କ ମାମଲାରେ ରାୟ ଶୁଣାଇଛନ୍ତି କୋର୍ଟ ଅଫ୍ ଅର୍ବିଟ୍ରେସନ୍ ଫର୍ ସ୍ପୋର୍ଟସ । ଜିମନାଷ୍ଟିକର ଫ୍ଲୋର ଇଭେଣ୍ଟରେ ପରାସ୍ତ ହୋଇ ମଧ୍ୟ ଏନାଙ୍କୁ ବ୍ରୋଞ୍ଜ ପଦକ ବିଜେତା ଭାବରେ ଘୋଷଣା କରିଛି କୋର୍ଟ । ଏହାସହିତ ଆମେରିକାର ଜିମନାଷ୍ଟ ଜୋର୍ଡାନ ଚାଇଲ୍ସଙ୍କ ହାତରୁ ଏହି ପଦକ ହାତଛଡ଼ା ହୋଇଛି । ଇଭେଣ୍ଟର ଫାଇନାଲ ରାଉଣ୍ଡରେ ଜୋର୍ଡାନ ୧୩.୭୬୬ ସ୍କୋର ସହିତ ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ ହାସଲ କରିଥିଲେ । କିନ୍ତୁ ଏନା ୧୩.୭୦୦ ସ୍କୋର ସହିତ ଚତୁର୍ଥ ସ୍ଥାନରେ ରହିଥିଲେ । କିନ୍ତୁ CASଙ୍କ ଶୁଣାଣି ପରେ ବର୍ତ୍ତମାନ ମାମଲା ସମ୍ପୂର୍ଣ୍ଣ ଓଲଟା ହୋଇଛି ।

ସୂଚନା ଅନୁସାରେ, ଏହି ମ୍ୟାଚରେ ପରାସ୍ତ ହେବା ପରେ ଏନା ବାରବୋସୁ ଏବଂ ତାଙ୍କ ଟିମ୍ CASରେ ମାମଲା ରୁଜୁ କରିଥିଲେ । ଜୋର୍ଡାନ ଚାଇଲ୍ସଙ୍କୁ ନିୟମ ବାହାରେ ନମ୍ବର ଦିଆ ଯାଇଛି, ତେଣୁ ସେ ବ୍ରୋଞ୍ଜ ପଦକ ବିଜୟୀ ହୋଇପାରିଛନ୍ତି ବୋଲି ଅଭିଯୋଗ କରିଥିଲେ ଏନା । ଏ ନେଇ ଦୀର୍ଘ ଦିନର ଶୁଣାଣି ପରେ ସତ୍ୟତା ପାଇଥିଲା କୋର୍ଟ ଏବଂ ଜୋର୍ଡାନଙ୍କ ସ୍କୋର କାଟିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଶୁଣାଣି ପରେ ଜୋର୍ଡାନଙ୍କ ସ୍କୋର ୧୩.୬୬୬ ସହ ସେ ପଞ୍ଚମ ସ୍ଥାନକୁ ଖସି ଆସିଛନ୍ତି । ସେପଟେ ଏନା ବାରବୋସୁ ୧୩.୭୦୦ ସହିତ ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି । ତେଣୁ ଜୋର୍ଡାନଙ୍କ ହାତରୁ ବ୍ରୋଞ୍ଜ ଆଣି ଏନାଙ୍କୁ ପ୍ରଦାନ କରାଯାଇଛି ।

Get real time updates directly on you device, subscribe now.