fbpx

ବିବାହ ଭୋଜି ଖାଇବାକୁ ଗଲା ବେଳେ ନଦୀରେ ଭାସିଗଲା କାର, ଗୋଟିଏ ପରିବାରର ୯ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପଞ୍ଜାବରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନଦୀର ବନ୍ୟା ସ୍ରୋତରେ ଏକ କାର ଭାସିଯାଇଛି। ତେବେ ଏହି ଭାସିଯାଇଥିବା କାରରେ ୯ ଜଣଙ୍କର ମୃତ୍ୟୁ ଘଟିଛି। ଯେଉଁଥିରେ ଆଉ ଦୁଇଜଣ ନିଖୋଜ ଅଛନ୍ତି। ପୋଲିସ ଅଧିକାରୀ କହିଛନ୍ତି ଯେ, ପରିବାରର ୧୧ ଜଣ ସଦସ୍ୟ ଏସୟୁଭି ଚାଳକଙ୍କ ସହ ହିମାଚଳ ପ୍ରଦେଶର ଉନା ଜିଲ୍ଲାର ମେହତପୁରକୁ ଏକ ବିବାହ ସମାରୋହରେ ସାମିଲ ହେବା ପାଇଁ ପଞ୍ଜାବର ଏସବିଏସ ନଗର ଜିଲ୍ଲାର ମେହରିବାଲ ଗାଁ ଯାଉଥିଲେ।

ମୃତକଙ୍କ ମଧ୍ୟରୁ ୫ଜଣ ମହିଳାଙ୍କ ସମେତ ନଅ ଲୋକଙ୍କ ଶବ ଉଦ୍ଧାର କରାଯାଇଛି। ଏଥିରେ ଦୁଇଜଣ ନିଖୋଜ ଅଛନ୍ତି। ମୃତକଙ୍କ ପରିବାର ଲୋକେ ପୋଲିସକୁ କହିଛନ୍ତି ଯେ, ଏହି ଗାଡ଼ିରେ ୧୨ଜଣ ଲୋକେ ଯାତ୍ରା କରୁଥିଲେ। କୁହାଯାଉଛି ଯେ, ଗାଡିରେ ଥିବା ଲୋକେ ଡ୍ରାଇଭରକୁ ଆଗକୁ ଯିବାକୁ ମନାକରିଥିଲେ, ହେଲେ ସେ ନ ରୋକି ଆଗକୁ ନେଇଯାଇଥିଲେ, ଯେଉଁଥିରେ ଏହି ଦୁଃଖଦ ଘଟଣା ଘଟିଛି।

Get real time updates directly on you device, subscribe now.