fbpx

ଷ୍ଟିକ୍ ଚପିଂ ବୋର୍ଡରେ ପରିବା କାଟୁଥିଲେ ସାବଧାନ ! ହୋଇପାରେ ଏହିସବୁ ସମସ୍ୟା

ଷ୍ଟିକ୍ ଚପିଂ ବୋର୍ଡରେ ପରିବା କାଟିବା ଫଳରେ ସେଥିରେ ଥିବା ମାଇକ୍ରୋ ପ୍ଲାଷ୍ଟିକ୍ ଆମ ଶରୀର ଭିତରକୁ ଯାଇଥାଏ, ଯାହା ଅତ୍ୟନ୍ତ ଖରାପ । ବାରମ୍ବାର ଛୁରିରେ କାଟିବା ଫଳରେ ଏଥିରେ ହୋଇଥିବା ଦାଗ ସ୍ଥାନରେ ବ୍ୟାକ୍ଟେରିଆ ହେବାର ଆଶଙ୍କା ରହିଥାଏ । ପ୍ଲାଷ୍ଟିକ୍ ବିଘଟିତ ହୋଇ ନଷ୍ଟହେବା ପାଇଁ ହଜାର ହଜାର ବର୍ଷ ଲାଗିଥାଏ । ତେଣୁ ଶରୀରକୁ ଯାଉଥିବା ମାଇକ୍ରୋ ପ୍ଲାଷ୍ଟିକ୍ ନଷ୍ଟ ନ ହୋଇ ରକ୍ତରେ ମିଶିଯାଏ, ଯାହା ବହୁ ସମସ୍ୟା ସୃଷ୍ଟି କରିଥାଏ ।

କାଠର ବୋର୍ଡ ମଧ୍ୟ ବ୍ୟାକ୍ଟେରିଆ ସୃଷ୍ଟି କରିଥାଏ । ଚପିଂ ବୋର୍ଡ ବ୍ୟବହାର ଫଳରେ କିଭଳି ସମସ୍ୟା ଆସିପାରେ ଆସନ୍ତୁ ଜାଣିବା ।

ଚପିଂ ବୋର୍ଡ ମାଧ୍ୟମରେ ଶରୀରକୁ ପ୍ଲାଷ୍ଟିକ୍ କଣିକା ଯିବା ଫଳରେ ଧୀରେ ଧୀରେ ଇମ୍ୟୁନ ସିଷ୍ଟମ ଉପରେ ବିପରୀତ ପ୍ରଭାବ ପଡ଼ିଥାଏ । କିଛିଦିନ ପରେ ଇମ୍ୟୁନିଟି କମ୍ ହୋଇଯାଏ ଓ ସଂକ୍ରମଣ ହେବା ଆଶଙ୍କା ବଢ଼ିଯାଏ ।

ଚପିଂ ବୋର୍ଡରେ ଥିବା ବ୍ୟାକ୍ଟେରିଆ କାରଣରୁ ପେଟ ଦଗଜ ସମସ୍ୟା ଦେଖା ଦେଇଥାଏ । ଗର୍ଭବତୀ ମହିଳାଙ୍କ ପାଇଁ ମଧ୍ୟ ଏହା ବହୁ ସମସ୍ୟା ସୃଷ୍ଟି କରିଥାଏ । ବେଳେବେଳେ ବାନ୍ତି କିମ୍ବା ଡାଇରିଆ ଭଳି ସମସ୍ୟା ମଧ୍ୟ ଏଥିପାଇଁ ସୃଷ୍ଟି ହୋଇଥାଏ । ତେଣୁ ଏଭଳି କ୍ଷେତ୍ରରେ ତୁରନ୍ତ ଚପିଂ ବୋର୍ଡ ବ୍ୟବହାର ବନ୍ଦ କରିବା ଦରକାର ।

Get real time updates directly on you device, subscribe now.