fbpx

ରାହୁଲ ଖୋଲିଲେ କୋହଲି- ରୋହିତଙ୍କ ରାଜ, ବଡ ବଡ ଖେଳାଳିଙ୍କ ଗର୍ବ ବହୁତ! ପଢନ୍ତୁ ଏ ରିପୋର୍ଟ…

ଓଡିଶା ଭାସ୍କର: ଟ୍ୱେଣ୍ଟି-ଟ୍ୱେଣ୍ଟି ବିଶ୍ୱକପ ବିଜୟ ପରେ ରାହୁଲ ଦ୍ରାବିଡ ଭାରତୀୟ ଦଳର କୋଚ ପଦରୁ ସନ୍ୟାସ ନେଇ ସାରିଛନ୍ତି । ତାଙ୍କ ସ୍ଥାନରେ ନୂଆ କୋଚ ଭାବରେ ଦାୟିତ୍ୱ ତୁଲାଉଛନ୍ତି ଗୌତମ ଗମ୍ଭୀର । କୋଚ ଦାୟିତ୍ୱ ଛାଡିବା ପରେ ବର୍ତ୍ତମାନ ରାହୁଲ ରୋହିତ ଶର୍ମା ଓ ରନମେସିନ କିଙ୍ଗ କୋହଲିଙ୍କ ସମେତ ଅନେକ ଖେଳାଳିଙ୍କ ଉପରେ ମତ ରଖିଛନ୍ତି ।

କହିରଖୁ, ରାହୁଲ କହିଛନ୍ତି ଯେ କେମିତି ହିଟମ୍ୟାନ ରୋହିତ ଶର୍ମା ଓ ବିରାଟଙ୍କ ଗର୍ବ ଭାବକୁ ନେଇ ବାର୍ତ୍ତାଳାପ କରାଯାଏ । କୁହାଯାଏ ସୁପରଷ୍ଟାର ଖେଳାଳିଙ୍କୁ ସମ୍ଭାଳିବା ମୁସ୍କିଲ ହୋଇପଡେ । ଟିମର ବିଜୟ କେବଳ ତାଙ୍କର ନ ଥିଲା, ବରଂ ବରିଷ୍ଠ ଖେଳାଳି ମଧ୍ୟ ବଡ ଭୂମିକା ତୁଲାଇଥିଲେ । ରୋହିତଙ୍କ ନେତୃତ୍ୱ ନିଶ୍ଚିତ ଭାବରେ ସ୍ୱତନ୍ତ୍ର ବୋଲି ସେ ପ୍ରକାଶ କରିଥିଲେ ।

‘ଦି ୱାଲ’ କହିଛନ୍ତି ଯେ, ବଡ ବଡ ଖେଳାଳି ରୋହିତ-ବିରାଟ ବା ଅଶ୍ୱୀନଙ୍କ ଭଳି ଖେଳାଳିଙ୍କ ଗର୍ବ ବହୁତ ବୋଲି ଲୋକେ ଭାବନ୍ତି । ସେମାନଙ୍କୁ ସମ୍ଭାଳିବା ବି ମୁସ୍କିଲ ହୋଇପଡୋ ତଥା ସେମାନେ ଅନ୍ୟମାନଙ୍କ ପାଇଁ ପ୍ରେରଣା ତଥା ସେମାନଙ୍କ ଅନେକ ଫ୍ୟାନ୍ସ ଥିବାରୁ ସେମାନଙ୍କୁ ସମ୍ଭାଳିବା କଷ୍ଟ ହୋଇଥିବ ବୋଲି ଲୋକେ କୁହନ୍ତି । ମାତ୍ର ଏମିତି ସତରେ ହୋଇ ନଥାଏ । ସେମାନଙ୍କ ପାଖରେ ଟିକେ ବି ଗର୍ବ ନ ଥାଏ । ସେମାନେ ଦେଶ ପାଇଁ ଖେଳନ୍ତି । ଦେଶ ପାଇଁ ଲଢନ୍ତି । ସେମାନେ ବାସ୍ତବରେ ବିନମ୍ର ଓ ପରିଶ୍ରମୀ ଥାଆନ୍ତି । ସେଥିପାଇଁ ତ ସେମାନେ ସୁପରଷ୍ଟାର ବୋଲି ରାହୁଲ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.