fbpx

ଯନ୍ତ୍ରୀ ତାରାପ୍ରସାଦଙ୍କ ଘରେ ଭିଜିଲାନ୍ସ ଚଢାଉ: ଜବତ ହେଲା କେଜି କେଜି ସୁନା ସହ ବିଦେଶୀ ମୁଦ୍ରା

ଭୁବନେଶ୍ୱର: ପୂର୍ବତନ ମୁଖ୍ୟ ଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ବାସଭବନ ସମେତ ୯ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ଭୁବନେଶ୍ୱରରେ ଥିବା ଘରୁ କେଜି କେଜି ସୁନା, ରୁପା, ହୀରା ଏବଂ ନଗଦ ଟଙ୍କା ଜବତ ହୋଇଛି। ଏଥିସହ ମର୍ସିଡିଜ କାରକୁ ମଧ୍ୟ ଠାବ କରାଯାଇଛି। ପୂର୍ବତନ ମୁଖ୍ୟ ଯନ୍ତ୍ରୀଙ୍କ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହେବାପରେ ଚଢ଼ାଉ ହୋଇଥିଲା। ଏହାଛଡ଼ା ବହୁ ବିଦେଶୀ ମୁଦ୍ର ମଧ୍ୟ ଭିଜିଲାନ୍ସ ଜବତ କରିଛି। ଯେଉଁଥିରେ ରହିଛି- USA, Thailand, Vietnam, UAE, Canada, Mexico, Malaysia & Singapore ମୁଦ୍ରା।

ଏହାପରେ ସ୍ବତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ଭିଜିଲାନ୍ସ ରେଡ୍ କରିଛି। ଏହି ଚଢାଉରେ ୧୨ ଜଣ ଡିଏସପି, ୧୨ ଜଣ ଇନ୍ସପେକ୍ଟର, ୧୬ ଜଣ ଏଏସ୍ଆଇ ଓ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ଅଛନ୍ତି। ଭୁବନେଶ୍ୱର, କଟକ ଓ ଝାରସୁଗୁଡ଼ାର ୯ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି। ରାଜଧାନୀ ଭୁବନେଶ୍ବରର ନୟାପଲ୍ଲୀ ଏବଂ ଖଣ୍ଡଗିରିରେ ମୋଟ୍ ୪ଟି ସ୍ଥାନରେ, ଝାରସୁଗୁଡା ଆସିଆନା ଆପାର୍ଟମେଣ୍ଟର ୩ଟି ଫ୍ଲାଟ ଏବଂ କଟକ ଆଠଗଡ ସ୍ଥିତ ପୈତୃକ ଘର ଏବଂ ତିଗିରିଆରେ ସଂପର୍କୀୟଙ୍କ ଘରେ ରେଡ୍ ଚାଲିଥିଲା।

 

Get real time updates directly on you device, subscribe now.