fbpx

(Video) ପ୍ରତି ବର୍ଷ ବୃଦ୍ଧି ପାଉଛି ଶିବଲିଙ୍ଗର ଉଚ୍ଚତା: ବିଚିତ୍ର ରହସ୍ୟରେ ଭରା ଏହି ମନ୍ଦିର, ଜାଣନ୍ତୁ ବାବାଙ୍କ ମାହାତ୍ମ୍ୟ

ଓଡ଼ିଶା ଭାସ୍କର: ବିଚିତ୍ର ଏ ଦୁନିଆ ବିଚିତ୍ର ତାର ପରିକଳ୍ପନା । ଏଠାରେ ଲୁଚି ରହିଛି ଅନେକ ରହସ୍ୟମୟ କଥା ଓ ପରମ୍ପରା । ଯାହାକୁ ଜାଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବ । ତେବେ ଏହି ଦୁନିଆରେ ଅନେକ ଦେବାଦେବୀଙ୍କ ମନ୍ଦିର ଏବଂ ପିଠସ୍ଥଳୀ ଅଛି । ଯାହାକି ନିଜର କିଛି ଅଲୌକିକ ଶକ୍ତି ଏବଂ ରହସ୍ୟ ପାଇଁ ସାରା ଦୁନିଆରି ପ୍ରସିଦ୍ଧ ହୋଇଥାନ୍ତି । ତେବେ ଛତିଶଗଡର ଗାରିଆବନ୍ଦରେ ସେହିଭଳି ଏକ ଶିବଲିଙ୍ଗ ଅଛନ୍ତି ଯିଏକି ନିଜର ମାହାତ୍ମ୍ୟ, ଚମତ୍କାରିତା ଏବଂ ରହସ୍ୟ ପାଇଁ ସାରା ଦେଶରେ ପ୍ରସିଦ୍ଧି ଲାଭ କରିଛନ୍ତି । ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ରହସ୍ୟମୟ ଶିବ ଲିଙ୍ଗ ବିଷୟରେ…

ଦେଶରେ କୋଟି କୋଟି ଶିବଲିଙ୍ଗ ରହିଥିବା ବେଳେ କିଛି ଶିବଲିଙ୍ଗ ତାଙ୍କର ଇତିହାସ ପାଇଁ ପ୍ରସିଦ୍ଧ ହୋଇଥାନ୍ତି ତ ଆଉ କିଛି ନିଜର ଚମତ୍କାର ପାଇଁ ପ୍ରସିଦ୍ଧ ହୋଇଥାନ୍ତି । ତେବେ ସେହିଭଳି ଏକ ଯାଗା ହେଉଛି ଛତିଶଗଡର ଗାରିଆବନ୍ଦ । ଯେଉଁଠି ପ୍ରଭୁ ଭୋଳା ଶଙ୍କର ଜୀବୀତ ଥିବା ସେ ନିଜେ ପ୍ରମାଣ ଦେଇଛନ୍ତି । ଏଥିସହିତ ସେଠାରେ ସେ ତାଙ୍କର ଅପାର କୃପା ମଧ୍ୟ ବର୍ଷା କରୁଛନ୍ତି । ତେବେ ଛତିଶଗଡର ଗାରିଆବନ୍ଦ ଠାରେ ଏକ ଶିବ ଲିଙ୍ଗ ରହିଛି । ଯାହାଙ୍କ ଆକାର ପ୍ରତିବର୍ଷ ବୃଦ୍ଧି ପାଉଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏଠାରେ ଯେବେ ଶିବଲିଙ୍ଗ ଆର୍ବିଭାବ ହୋଇଥିଲେ ସେତେବେଳେ ଏହାର ଆକାର ଛୋଟ ଥିଲା । କିନ୍ତୁ କାଳକ୍ରମେ ତାହା ବଢି ବିଶାଳ ଆକାର ଧାରଣ କରିଛି । ତେବେ ଛତିଶଗଡ ଜିଲ୍ଲା ଗାରିଆବନ୍ଦଠାରୁ ୩ କିଲୋମିଟର ଦୂରରେ ଥିବା ଘନ ଜଙ୍ଗଲ ମଧ୍ୟରେ ଅବସ୍ଥିତ ମାରୁଦ ଗାଁରେ ଏହି ଶିବଲିଙ୍ଗ ସ୍ଥାପିତ ଅଛନ୍ତି । ଚିତ୍ରକଳା ଜଙ୍ଗଲ ଏବଂ ପାହାଡ ଦ୍ୱାରା ଘେରି ରହିଥିବା ପ୍ରକୃତି ଦ୍ୱାରା ପ୍ରଦତ୍ତ ବିଶ୍ୱର ସର୍ବବୃହତ ଶିବଲିଙ୍ଗ ।

କୁହାଯାଏ ଯେ, ଏଠାରେ ଶିବଲିଙ୍ଗର ଆକାର କମେ ନାହିଁ, ବରଂ ପ୍ରତିବର୍ଷ ବଢିଥାଏ । ଏହି ଶିବଲିଙ୍ଗକୁ ଏଠାରେ ଭୁତେଶ୍ୱରନାଥ କୁହାଯାଏ । ଯାହାକୁ ମଧ୍ୟ ଲୋକେ ଭକୁରା ନାମରେ ଜାଣଛନ୍ତି । ଛତିଶଗଡରେ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ପରି ଏହାକୁ ଅର୍ଣ୍ଣଧାରୀଶ୍ୱର ଶିବଲିଙ୍ଗ ଭାବରେ ମାନ୍ୟତା ମଧ୍ୟ ଦିଆଯାଇଛି । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ପ୍ରତିବର୍ଷ ଶିବଲିଙ୍ଗର ଆକାର ବଢିବା ସହିତ ଭକ୍ତଙ୍କ ସଂଖ୍ୟା ମଧ୍ୟ ବଢୁଛି । କୁହାଯାଏ ଶହ ଶହ ବର୍ଷ ପୂର୍ବେ ଜମିନ୍ଦରୀ ବ୍ୟବସ୍ଥା ସମୟରେ ଗରିଆବନ୍ଦର ପାରଗାଓଁ ନିବାସୀ ଶୋଭା ସିଂ ଜମିନ୍ଦର ଏଠାରେ ଚାଷ କରୁଥିଲେ । ଯେତେବେଳେ ଶୋଭା ସିଂ ସନ୍ଧ୍ୟାରେ ତାଙ୍କ ଫାର୍ମକୁ ଯାଉଥିଲେ, ଏବଂ ଠିକ୍ ସେତେବେଳେ ସେ କ୍ଷେତ ନିକଟରେ ଥିବା ଏକ ବିଶେଷ ଆକୃତିର ଷଣ୍ଢ ଏବଂ ସିଂହର ଗର୍ଜନ ଶୁଣିଥିଲେ । ତାପରେ ସେ ଏ ବାବଦରେ ଗ୍ରାମବାସୀଙ୍କୁ ଜଣାଇଥିଲେ । ପରେ ଗ୍ରାମବାସୀମାନେ ସନ୍ଧ୍ୟା ସମୟରେ ସେହି ସ୍ଥାନରେ ପହଁଛି ସେଠାରେ ସମାନ ସ୍ୱର ଶୁଣିଥିଲେ । ପରେ ଗ୍ରାମବାସୀମାନେ ଷଣ୍ଢ ଏବଂ ସିଂହକୁ ଖୋଜିଥିଲେ । ହେଲେ କାହାରିକୁ ପାଇନଥିଲେ । ପରବର୍ତ୍ତୀ ସମୟରେ କୌଣସି ପ୍ରାଣୀର ଅନୁପସ୍ଥିତ ହେତୁ ଲୋକମାନେ ସେହି ପଥରକୁ ଶିବଲିଙ୍ଗ ଭାବରେ ବିଚାର କଲେ ।

ଭଗବାନ ଶଙ୍କରଙ୍କର ଏହି ଶିବଲିଙ୍ଗ ହେଉଛି ଦୁନିଆର ସବୁଠାରୁ ବୃହତ ଶିବଲିଙ୍ଗ । ଯାହାର ଆକାର ପ୍ରତିବର୍ଷ ସ୍ୱୟଂ ବଢୁଛି । ଏହି ଚମତ୍କାର ପଛରେ ରହସ୍ୟ କଣ ତାହା ଆଜି ପର୍ଯ୍ୟନ୍ତ କେହି ଖୋଜି ପାରିଲେ ନାହିଁ । ହେଲେ ଏଠାକୁ ଆସୁଥିବା ଲୋକମାନେ ବିଶ୍ୱାସ କରନ୍ତି ଯେ ଭଗବାନ ଶଙ୍କରଙ୍କ ଅଦ୍ଭୁତ ଶକ୍ତି ଏହିଠାରେ ରହିଛି । ଯେଉଁଥିପାଇଁ ଶିବଲିଙ୍ଗର ଉଚ୍ଚତା ଆପେ ଆପେ ବଢୁଛି । ଯେଉଁଥିପାଇଁ ସମଗ୍ର କ୍ଷେତ୍ର ହେଉଛି ଶିବମୟ । ଏଠାରେ ଲୋକମାନେ ଭୋଳା ବାବାଙ୍କୁ ସେମାନଙ୍କର ରକ୍ଷକ ଭାବେ ବିବେଚନା କରନ୍ତି । ପ୍ରତିବର୍ଷ ଏଠାରେ ବିରାଟ ଯଜ୍ଞର ଆୟୋଜନ ମଧ୍ୟ କରାଯାଇଥାଏ । ଶ୍ରାବଣ ସମୟରେ କାଉଡିଆଙ୍କ ଭିଡ ମଧ୍ୟ ଲାଗିଥାଏ । କୁହାଯାଏ ପ୍ରଭୁଙ୍କ ଶରଣରେ ଗଲେ ସର୍ବ କାର୍ଯ୍ୟ ସିଦ୍ଧି ହୋଇଥାଏ ।

Get real time updates directly on you device, subscribe now.