fbpx

ରାବଣାଗୁଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ବାପା-ମାଆ ମୃତ, ମରଣ ମୁହଁରୁ ବଞ୍ଚିଲା ପୁଅ

ଭୁବନେଶ୍ୱର: ଶ୍ରାବଣ ମାସର ଶେଷ ସୋମବାରରେ ବୋଲବମ୍ ଯାଇ ପାଣି ଢାଳି ଫେରୁଥିବା ସମୟରେ ଘଟିଲା ବଡ ଅଘଟଣ । ଟ୍ରକ ଧକ୍କାରେ ବାପା ଓ ମା’ ମୃତ ଅଳ୍ପକେ ବର୍ତ୍ତିଗଲା ପୁଅ । ଏହି ଘଟଣାଟି ନବରଙ୍ଗପୁର ଜିଲ୍ଲାର ରାବଣା ଗୁଡା ନିକଟରେ ହୋଇଛି ।

ଖବର ଅନୁସାରେ, ବୋଲ୍ ବମ୍ ଯାଇ ମନ୍ଦିରରେ ପାଣି ଢାଳି ବାଇକରେ ଘରକୁ ଫେରିବା ସମୟରେ କୁନ୍ଦେଇ ଥାନା ଅନ୍ତର୍ଗତ ରାବଣା ଗୁଡା ନିକଟରେ ବାଇକ ଉପରକୁ ଟ୍ରକ ମାଡିଯାଇଥିଲା । ବିପରୀତ ଦିଗରୁ ଆସୁଥିବା ଟ୍ରକ୍ ବାଇକ ଉପରକୁ ଚଢିଯିବା ଫଳରେ ଘଟଣାସ୍ଥଳରେ ହିଁ ବାପା ମାଆ ଙ୍କ ମୃତ୍ୟୁ ଘଟିଥିଲା । କିନ୍ତୁ ଯୋଗକୁ ମରଣ ମୁଁହରୁ ବର୍ତ୍ତି ଯାଇଛି ନାବାଳକ ପୁଅ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ତଦନ୍ତ ଚଳାଇଛି ।

 

Get real time updates directly on you device, subscribe now.