fbpx

ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା: ଆଜିଠାରୁ ଦେଶବ୍ୟାପି ଓପିଡି ସେବା ବନ୍ଦ ଡାକରା

କୋଲକାତା: କୋଲକାତାରେ ଆରଜି କର ହସ୍ପିଟାଲକୁ ନେଇ ଦେଖାଦେଇଛି ବିବାଦ । ହସ୍ପିଟାଲରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ମାମଲାରେ ଆନ୍ଦୋଳନ ତୀବ୍ରତର ହୋଇଛି । ଏହାର ପ୍ରତିବାଦରେ ଆଜିଠାରୁ ଦେଶବ୍ୟାପି ଓପିଡି ସେବା ବନ୍ଦ ଡାକରା ଦିଆଯାଇଛି । ଏଫଏଆଇଏମଏ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଏହି ମାମଲାରେ ସିବିଆଇ ତଦନ୍ତ ସହ ଉଚିତ ନ୍ୟାୟ ଦାବି କରାଯାଇଛି । ଏଥିମଧ୍ୟରେ ଜଣେ ନର୍ସଙ୍କ ସହ ଅସଦାଚରଣ ସହ ଶାରୀରିକ ଉତ୍ପିଡ଼ନ ହେଉଥିବା ଅଭିଯୋଗ ସାମ୍ନାକୁ ଆସିଛି ।

କୋଲକାତାରେ ଆରଜି କର ହସ୍ପିଟାଲରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ବିରୋଧ କରି ଆଜି ନୂଆ ଦିଲ୍ଲୀ ସମେତ ଦେଶର ବିଭିନ୍ନ ସରକାରୀ ହସ୍ପିଟାଲର ରେସିଡେଣ୍ଟ ଡାକ୍ତରମାନେ ଆନ୍ଦୋଳନ କରିଛନ୍ତି । ପୀଡ଼ିତ ପରିବାରକୁ କ୍ଷତିପୂରଣ ଓ ନ୍ୟାୟ ପ୍ରଦାନ ସହିତ ଡାକ୍ତରଙ୍କ ସୁରକ୍ଷା ଆଦି ଦାବିରେ ସେମାନେ ଏହି ଆନ୍ଦୋଳନ ଆରମ୍ଭ କରିଛନ୍ତି । ଅପରପକ୍ଷରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାଜୀ ପୀଡ଼ିତ ଡାକ୍ତରଙ୍କ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି । ରବିବାର ସୁଦ୍ଧା ଏହି ମାମଲାର ତଦନ୍ତ ଶେଷ ନହେଲେ ସିବିଆଇକୁ ହସ୍ତାନ୍ତର କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Get real time updates directly on you device, subscribe now.