fbpx

Yes ବ୍ୟାଙ୍କକୁ ନେଇ ଆସିଲା ବଡ଼ ଅପଡେଟ୍‌, ଶେୟାର କିଣିବା ପାଇଁ ଭାରତ ଆସିପାରନ୍ତି SMBC ସିଇଓ

ନୂଆଦିଲ୍ଲୀ: ଘରୋଇ ସେକ୍ଟର ବ୍ୟାଙ୍କ ଣରଗ୍ଦ ଈବଦ୍ଭଳକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଏହି ବ୍ୟାଙ୍କରେ ଅଂଶଧନ(ଗ୍ଦଗ୍ଧବଳର) କିଣିବା ପାଇଁ ଜାପାନର ଏକ ବ୍ୟାଙ୍କ ଦୌଡ଼ରେ ସାମିଲ ହୋଇଛି । ସୁମିତୋମୋ ମିତସୁଇ ବ୍ୟାଙ୍କିଙ୍ଗ୍ କର୍ପୋରେସନ୍‌(SMBC)ର ଗ୍ଲୋବାଲ ସିଇଓ ଅକିହିରୋ ଫୁକୁତୋମେ(Akihiro Fukutome) ଚଳିତ ସପ୍ତାହ ଭାରତ ଆସିପାରନ୍ତି । ରିପୋର୍ଟ ଅନୁଯାୟୀ ଫୁକୁତୋମେ ଭାରତ ଗସ୍ତ ସମୟରେ ଆରବିଆଇ ଏବଂ ଝଈଓର ବରିଷ୍ଠ ଅଧିକାରୀଙ୍କୁ ଭେଟିପାରିନ୍ତ । Yes ବ୍ୟାଙ୍କର ଅଂଶଧନଳ କ୍ରୟ କରିବା ପାଇଁ SMBC ଅବଶ୍ୟକୀୟ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।

Yes ବ୍ୟାଙ୍କର ୫୧% ଅଂଶଧନ କ୍ରୟ କରିବା ପାଇଁ SMBC ୫ ଆରବ ଡଲାର ଭାଲୁଏସନ୍ ଲଗାଇଛି । ସେମବାର ୟେସ୍ ବ୍ୟାଙ୍କର ମାର୍କେଟ କ୍ୟାପ୍ ୯.୧ ଆରବ ଡଲାର(୭୬, ୫୩୧ କୋଟି ଟଙ୍କା) ଥିଲା । ୟେସ୍ ବ୍ୟାଙ୍କରେ SBI ର ୨୩.୯୯% ଅଂଶଧନ ରହିଛି । ୨୦୨୦ରେ ୟେସ୍ ବ୍ୟାଙ୍କକୁ ବଞ୍ଚାଇବା ପାଇଁ SBI ଏହାର ୪୯% ଅଂଶଧନ କିଣିଥିଲା । ଜୁଲାଇ ୨୦୨୪ରେ RBI ୟେସ୍ ବ୍ୟାଙ୍କରେ ୫୧% ଅଂଶଧନ ବିକ୍ରୟ ପାଇଁ ଅନୁମତି ପ୍ରଦାନ କରିଥିଲା ।

Get real time updates directly on you device, subscribe now.