fbpx

SCBରେ ରୋଗୀଙ୍କୁ ଡାକ୍ତରଙ୍କ ଦୁଷ୍କର୍ମ ନେଇ ଆସିଲା ସଙ୍ଗୀନ୍ ଅଭିଯୋଗ: ପୀଡ଼ିତାଙ୍କ ସମ୍ପର୍କୀୟଙ୍କ ମାଡ଼ରେ ଡାକ୍ତର ଆଇସିୟୁରେ ଭର୍ତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଟକ ସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ (ଏସସିବି) ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରୁ ଆସିଛି ଏକ ବଡ଼ ଖବର । ଜଣେ ରୋଗୀଙ୍କୁ ଡାକ୍ତର ଦୁଷ୍କର୍ମ କରିଥିବା ନେଇ ଆସିଛି ଏକ ବଡ଼ ଅଭିଯୋଗ । ରୋଗୀଙ୍କ ସମ୍ପର୍କୀୟ ଡାକ୍ତରଙ୍କ ବିରୋଧରେ ଏପରି ସଙ୍ଗୀନ୍ ଅଭିଯୋଗ ଆଣିଛନ୍ତି । ଏନେଇ ଡାକ୍ତରଙ୍କ ନାମରେ ପୀଡ଼ିତାଙ୍କ ସମ୍ପର୍କୀୟ ଥାନାରେ ମାମଲା ଦାୟର କରିଥିବା ଜଣାପଡ଼ିଛି । ଏଥିସହିତ ରୋଗୀଙ୍କ ସମ୍ପର୍କୀୟଙ୍କ ମାଡ଼ରେ ଡାକ୍ତରଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ଅଭିଯୋଗ ଆଧାରରେ ମଙ୍ଗଳବାଗ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ଚିକିତ୍ସା ବାହାନାରେ ଡାକ୍ତର ଜଣଙ୍କ ରୋଗୀଙ୍କୁ ଦୁଷ୍କର୍ମ କରିଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ଗୁରୁତର ଥିବା ଡାକ୍ତର ଏବେ ଆଇସିୟୁରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.