fbpx

ଶେଖ ହସିନାଙ୍କ ଉପରେ ହତ୍ୟା ମାମଲା ରୁଜୁ, ବାଂଲାଦେଶକୁ ଫେରିଲେ ଜେଲରେ ବିତାଇବେ ଜୀବନ

ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଉପରେ ହତ୍ୟା ମାମଲା ରୁଜୁ ହୋଇଛି। ୧୯ ଜୁଲାଇରେ ଢାକାରେ ହୋଇଥିବା ପୋଲିସ ଗୁଳିକାଣ୍ଡରେ ଅବୁ ସଇଦଙ୍କ ମୃତ୍ୟୁ ଘଟିଥିଲା। ଏହି ମାମଲାରେ ଶେଖ ହସିନା ଏବଂ ଅନ୍ୟ ୬ ଜଣ ଅଭିଯୁକ୍ତ କରାଯାଇଛି। କୁହାଯାଉଛି ଯେ, ଯଦି ଶେଖ ହସିନା ପୁଣିଥରେ ବାଂଲାଦେଶ ଫେରନ୍ତି ତେବେ ବାକି ଜୀବନ ତାଙ୍କୁ ଜେଲରେ ବିତାଇବାକୁ ପଡିବ।

ଶେଖ ହସିନାଙ୍କ ଉପରେ ରୁଜୁ ହୋଇଥିବା ମାମଲାରେ ଅୱାମୀ ଲିଗର ମହାସଚିବ ଓବେଦୁଲ କାଦର, ପୂର୍ବତନ ଗୃହମନ୍ତ୍ରୀ ଅସଦୂଜ୍ଜମା ଖାନ କମାଲ, ପୂର୍ବତନ ପୋଲିସ ମହାନିରୀକ୍ଷକ ଚୌଧରୀ ଅବଦୁଲ୍ଲା ଅଲ-ମାମୁନ, ପୂର୍ବତନ ଡିବି ପ୍ରମୁଖ ହାରୂନ, ପୂର୍ବତନ ଡିଏମପି ସଂଯୁକ୍ତ ଆୟୁକ୍ତ ବିପ୍ଳବ କୁମାର ଏବଂ ପୂର୍ବତନ ଡିଏମପି ଆୟୁକ୍ତ ହବୀବୁର ଏହମାନଙ୍କୁ ଅଭିଯୁକ୍ତ କରାଯାଇଛି। ରିପୋର୍ଟ ମୁତାବକ, ଏହି ମାମଲାରେ ଶେଖ ହସିନା ଏବଂ ଅନ୍ୟ ବଡ଼ ଅଧିକାରୀମାନଙ୍କୁ ମଧ୍ୟ ଅଭିଯୋଗ କରାଯାଇଛି। ଛାତ୍ର ଅନ୍ଦୋଳନ ପ୍ରଭାବରେ ୫ ଅଗଷ୍ଟରେ ପିଏମ ପଦବୀରୁ ଇସ୍ତଫା ଦେବା ଏବଂ ଭାରତରୁ ପଳାୟନ କରିବା ପରେ ଶେଖ ହସିନାଙ୍କ ଉପରେ ଏହା ପ୍ରଥମ ମମଲା ରୁଜୁ ହୋଇଛି।

Get real time updates directly on you device, subscribe now.