fbpx

ସାବଧାନ ରୁହନ୍ତୁ! କ୍ୟାସ ଡିପୋଜିଟ ସମୟରେ ଦେବାକୁ ପଡିପାରେ ୬୦ ପ୍ରତିଶତ ଟ୍ୟାକ୍ସ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ବ୍ୟାଙ୍କ ଆକାଉଣ୍ଟ ଆପଣଙ୍କ ଟଙ୍କାର ମ୍ୟାନେଜମେଣ୍ଟ କରିଥାଏ। ଏଥିରେ ଆପଣ ଟଙ୍କା ଜମା ଏବଂ ବାହାର କରିପାରିବେ। ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ବିଭିନ୍ନ ପ୍ରକାର ନିୟମ ସହ ଜଡିତ। ଯଦି ଏହାକୁ ଅବମାନନା କରନ୍ତି ତେବେ ଆପଣଙ୍କୁ ୬୦ ପ୍ରତିଶତ ପର୍ଯ୍ୟନ୍ତ ଟ୍ୟାକ୍ସ ଦେବାକୁ ପଡିପାରେ। ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ଅନୁସାରେ, ଯଦି ଆପଣ ନିଜ ଆକାଉଣ୍ଟରେ କ୍ୟାସ ଜମା କରୁଛନ୍ତି ଏବଂ ଯଦି ଆପଣ ଆୟର ଉତ୍ସ ପ୍ରକାଶ କରିବାରେ ବିଫଳ ହୁଅନ୍ତି ତେବେ ଏହି ବଡ ଟିକସ ଆପଣଙ୍କଠାରୁ ଆଦାୟ ହେବ ଯେଉଁଥିରେ ୨୫ ପ୍ରତିଶତ ସରଚାର୍ଜ ଏବଂ ୪ ପ୍ରତିଶତ ସେସ୍ ମଧ୍ୟ ଅନ୍ତର୍ଭୁକ୍ତ। ଆସନ୍ତୁ ଜାଣିବା କ୍ୟାସ ଡିପୋଜିଟର ନିୟମ..

ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟକୁ ଇନକମ ଟ୍ୟାକ୍ସର ଧାରା ୬୮ ଅନୁସାରେ, ଏହି କ୍ଷମତା ମିଳିଛି ଯେ, ସେ ଇନକମର ସୋର୍ସ ନ କହିବା ବିରୋଧରେ ନୋଟିସ ଜାରି କରି ୬୦ ପ୍ରତିଶତ ଟ୍ୟାକ୍ସ ଆଦାୟ କରିପାରିବ। ସରକାରଙ୍କ ଲଗାତାର ପ୍ରଚେଷ୍ଟା ଏହା ରହିଛି ଯେ, ଲୋକମାନେ ସର୍ବନିମ୍ନ ପରିମାଣର ନଗଦ ଅର୍ଥ ବ୍ୟବହାର କରନ୍ତୁ। ସେଭିଙ୍ଗ ଆକାଉଣ୍ଟରେ କ୍ୟାସ ଡିପୋଜିଟ ଲିମିଟ ଲଗାଇ ମନି ଲଣ୍ଡରିଂ, ଟ୍ୟାକ୍ସ ଚୋରି ଏବଂ ବେଆଇନ ଆର୍ଥିକ କାର୍ଯ୍ୟକଳାପ ଉପରେ ବନ୍ଦ କରିବାକୁ ଚେଷ୍ଟା କରାଯାଉଛି।

ଇନକମ ଟ୍ୟାକ୍ସ ଅନୁସାରେ, ଯଦି ଆପଣ ସେଭିଙ୍ଗ ଆକାଉଣ୍ଟରେ ଏକ ଆର୍ଥିକ ବର୍ଷରେ ୧୦ ଲକ୍ଷ ଟଙ୍କାରୁ ଅଧିକ କ୍ୟାସ ଡିପୋଜିଟ କରୁଛନ୍ତି ତେବେ ଆପଣଙ୍କୁ ଟ୍ୟାକ୍ସ ଅଧିକାରୀମାନଙ୍କୁ ସୂଚନା ଦେବାକୁ ପଡିବ। କରେଣ୍ଟ ଆକାଉଣ୍ଟରେ ଏହି ଜାଣିବା ଆବଶ୍ୟକ ଅଟେ ଯେ, ଲିମିଟରୁ ଅଧିକ କ୍ୟାସ ଜମା କରିବାରେ ତତ୍କାଳୀନ କୋଣସି ଟ୍ୟାକ୍ସ ଲାଗିବ ନାହିଁ। ଏଥିସହ ଯଦି ଆପଣ ସଠିକ ସୂଚନା ଦେବାରେ ସଫଳ ହେଉଛନ୍ତି ତେବେ କୌଣସି ଟ୍ୟାକ୍ସ ଦେବାକୁ ପଡେନାହିଁ।

Get real time updates directly on you device, subscribe now.