fbpx

ଉତ୍କଳ ହସ୍ପିଟାଲରେ ପାଳନ ହେଲା ଅଙ୍ଗଦାନ ଦିବସ

ଭୁବନେଶ୍ୱର: ଭୁବନେଶ୍ୱର ନୀଳାଦ୍ରି ବିହାର ସ୍ଥିତ ରାଜ୍ୟର ପ୍ରମୁଖ ସୁପର ମଲ୍ଟି ସ୍ପେସିଆଲିଟି ଉତ୍କଳ ହସ୍ପିଟାଲରେ ଅଙ୍ଗଦାନ ଦିବସ ପାଳନ ହୋଇଯାଇଅଛି। ଅଙ୍ଗଦାନ ଏକ ମହତ କାର୍ଯ୍ୟ,ମାନବିକତାକୁ ଆଧୁନିକ ବିକାଶସିଳ ମାନବ ସମାଜ ଅନ୍ୟର ଜୀବନ ରକ୍ଷା କରିବା ପାଇଁ ଅଙ୍ଗଦାନ କରିବାରେ ଦ୍ୱିଧା ବୋଧ୍ କରୁନାହିଁ। ଜଣେ ଅଙ୍ଗଦାନ କରି ୮ଟି ଜୀବନ ବଞ୍ଚାଇ ପାରିବ। ବିଶ୍ୱରେ ସ୍ପେନ,ଚାଇନା ଏବଂ USA ଅଙ୍ଗଦାନ ଦିଗରେ ଆଗୁଆ ଅଛନ୍ତି , ଆମଦେଶରେ ପ୍ରାୟ ୧୭ ଲକ୍ଷ ଜନ ସାଧାରଣ ଅଙ୍ଗଦାନ କରିବା ପାଈଁ ପଞ୍ଜିକୃତ ହୋଇଛନ୍ତି।

ଏହାକୁ ଆଖିଆଗରେ ରଖି ରାଜ୍ୟର ପ୍ରମୁଖ ସୁପର ମଲ୍ଟି ସ୍ପେସିଆଲିଟି ଅଙ୍ଗ ପ୍ରତିରୋପଣ କେନ୍ଦ୍ର ଉତ୍କଳ ହସ୍ପିଟାଲରେ ଏକ ଉତ୍ସାହ ବର୍ଦ୍ଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା ଏହି କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଟ୍ୱିନସିଟି ର ଆରକ୍ଷୀ ବାହିନୀର ମୁଖ୍ୟ ଆଇପିଏସ ,ଶ୍ରୀ ସଞ୍ଜୀବ ପଣ୍ଡା, ସମ୍ମାନୀତ ଅତିଥି ରାଜ୍ୟ ଅଙ୍ଗଦlନ ସଂସ୍ଥାର(SOTTO) ଡାଇରେକ୍ଟର Prof(Dr) ଉମାକାନ୍ତ ଶତପଥୀ, ଉତ୍କଳ ହସ୍ପିଟାଲର ପରିଚାଳନା ନିର୍ଦ୍ଦେଶକ ଡ ପ୍ରଜ୍ଞାନ ରଞ୍ଜନ ଘଡେଇ , Dean & Director Academics,ଡା. ପ୍ରଫୁଲ କୁମାର ଦାସ, ଡାଇରେକ୍ଟର ମେଡିକାଲ ସର୍ଭିସେସ Dr.ରଞ୍ଜନ କୁମାର ମହାପାତ୍ର,ଡା. ସତ୍ୟପ୍ରକାଶ ରାୟ ଚୌଧୁରୀ,HBP & GI surgeon in surgical Gastroenterology ,Senior consultant Nephrology ଡ.ଲଲତ ବରୁଣ ପାତ୍ର, Senior consultant Nephrology ଡା. ସ୍ମାରକ ରଞ୍ଜନ ପଣ୍ଡା, Senior consultant urology ଡା.କାଳି ପ୍ରସାଦ ମିଶ୍ର, & Senior consultant urology,ଡା.ପବିତ୍ର କୁମାର ମିଶ୍ର, ସନ୍ତୋଷ କୁମାର ସାହୁ,V.P. AIG Hospital Hyderabad ପ୍ରମୁଖ ଯୋଗଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ପୂର୍ବରୁ ଅଙ୍ଗଦlନ କରିଥିବା ସେମାନଙ୍କର ପରିବାର ସଦସ୍ୟ ଏବଂ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ହୋଇଥିବା ଚିତ୍ରାଙ୍କନ ପ୍ରତିଯୋଗିତାର ବିଜେତା ମାନଙ୍କୁ ଅତିଥି ମାନେ ସମ୍ମାନୀତ କରିଥିଲେ। ଏହି କାର୍ଯକ୍ରମର ପ୍ରେରଣା ଦାୟକ ଥିଲେ ସୁଦୂର ଆମେରିକାରେ କାର୍ଯ୍ୟରତ ତଥା ବିଶିଷ୍ଟ Invasive Cardiologist ଉତ୍କଳ ହସ୍ପିଟାଲର ଚେୟାରମ୍ୟାନ, ଡ ଆଦିତ୍ୟ ସାମଲ।

 

Get real time updates directly on you device, subscribe now.