fbpx

ଭିଜିଲାନ୍ସ ଜାଳରେ ଡେପୁଟି କଲେକ୍ଟର, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ

ନୀଳଗିରି: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୀଳଗିରି ଉପ ଜିଲ୍ଲାପାଳ ପରୀକ୍ଷିତ ଜେନାଙ୍କ ଘରେ ଭିଜିଲାନ୍ସ ରେଡ୍ । ନୀଳଗିରି ବାଲିଗୋହିରୀ ସ୍ଥିତ ଭଡ଼ା ଘରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢ଼ାଉ କରାଯାଇଛି । ଏହି ଚଢ଼ାଉ ଟିମରେ ଭିଜିଲାନ୍ସର ୧୨ ଜଣିଆ ଟିମ୍ ସାମିଲ ଅଛନ୍ତି ।

ସୂଚନାରୁ ପ୍ରକାଶ ବିଡିଓ ଥିବା ସମୟରେ, ପରୀକ୍ଷିତ ଜେନା ୧ କୋଟି ୧ ଲକ୍ଷ ୩ହଜାର ୨୧୫ ଟଙ୍କା ଠକେଇ କରିଥିବା ନେଇ ପ୍ରମାଣ ମିଳିବା ପରେ ଭିଜିଲାନ୍ସ ଟିମ୍ ତାଙ୍କ ଘରେ ଚଢ଼ାଉ କରିଛି । ନୀଳଗିରି ବାଲିଗୋହିରୀ ସ୍ଥିତ ଭଡା ଘରେ ଏବଂ ବାରିପଦା ସ୍ଥିତ ଘରେ ଏକା ସଙ୍ଗେ ଜାରି ରହିଛି ଚଢ଼ାଉ । ଓଡ଼ିଶା ଭିଜିଲାନ୍ସ ବିଭାଗର ୬ଜଣିଆ ଟିମ୍, ୨ଜଣ ଆଡିସନାଲ ଏସପି, ୪ଡିଏସପି, ୬ ଜଣ ଇନସ୍ପେକ୍ଟର, ୭ ଏଏସଆଇଙ୍କ ସମେତ ଅନ୍ୟ ସହଯୋଗୀ ଅଧିକାରୀ ଏହି ଚଢ଼ାଉରେ ସାମିଲ ଅଛନ୍ତି ।

Get real time updates directly on you device, subscribe now.