fbpx

ପୋଷ୍ଟ ଅଫିସରେ ୪୪ ହଜାର ନିଯୁକ୍ତି ପାଇଁ ଶୀଘ୍ର ଆସିବ ମେରିଟ୍ ଲିଷ୍ଟ, ଏପରି କରନ୍ତୁ ଚେକ୍

ନୂଆଦିଲ୍ଲୀ: ଭାରତୀୟ ଡାକ ବିଭାଗ ଯଥା ଇଣ୍ଡିଆ ପୋଷ୍ଟ ଶୀଘ୍ର ଦେଶର ୨୩ ଟି ପୋଷ୍ଟ ସର୍କଲରେ ୪୪,୨୨୮ ପଦବୀରେ ନିଯୁକ୍ତି ପାଇଁ ମେରିଷ୍ଟ ଲିଷ୍ଟ୍ ପ୍ରକାଶ କରିବାକୁ ଯାଉଛି । ଏହି ନିଯୁକ୍ତି ଇଣ୍ଡିଆ ପୋଷ୍ଟ ଗ୍ରାମୀଣ୍ ଡାକ ସେବା (ଜିଡିଏସ୍) ର ପଦବୀରେ ରହିବ ।

ମେରିଟ୍ ଲିଷ୍ଟ ପ୍ରକାଶ ପାଇବା ପରେ ପ୍ରାର୍ଥୀମାନେ ଇଣ୍ଡିଆ ପୋଷ୍ଟର ଅଫିସିଆଲ୍ ୱେବସାଇଟ୍ indiapostgdsonline.gov.inକୁ ଯାଇ ମେରିଟ୍ ଲିଷ୍ଟ୍ ଦେଖିପାରିବେ ଏବଂ ଏହାକୁ ଡାଉନଲୋଡ୍ ମଧ୍ୟ କରିପାରିବେ । ଅନୁମୋଦିତ ବୋର୍ଡରୁ ଦଶମ ଶ୍ରେଣୀ / ମାଟ୍ରିକ୍ ରେ ପ୍ରାପ୍ତ ମାର୍କ ଆଧାରରେ ଜିଡିଏସ ମେରିଟ୍ ତାଲିକା ପ୍ରସ୍ତୁତ ହୋଇଥାଏ । ମେରିଟ୍ ଲିଷ୍ଟ୍ ସହିତ କଟ୍ ଅଫ୍ ମାର୍କ ଏବଂ ଅନ୍ୟାନ୍ୟ ବିବରଣୀ ମଧ୍ୟ ପ୍ରକାଶ କରିବ ଡାକ ବିଭାଗ ।

ପୂର୍ବ ରେକର୍ଡ ଅନୁଯାୟୀ, ସଂଶୋଧନ ୱିଣ୍ଡୋ ସୁବିଧା ସମାପ୍ତ ହେବାର ଦୁଇ ତିନି ଦିନ ପରେ ଡାକ ବିଭାଗ ମେରିଟ୍ ଲିଷ୍ଟ୍ ପ୍ରକାଶ କରେ । ଏହି ବର୍ଷ ସଂଶୋଧନ ୱିଣ୍ଡୋ ୬ ଅଗଷ୍ଟରୁ ୮ ଅଗଷ୍ଟ ପର୍ଯ୍ୟନ୍ତ ଖୋଲା ଥିଲା । ଯେଉଁଠାରେ ୧୫ ଜୁଲାଇରୁ ୫ ଅଗଷ୍ଟ ୨୦୨୪ ପର୍ଯ୍ୟନ୍ତ ପଞ୍ଜୀକରଣ ପ୍ରକ୍ରିୟା କରାଯାଇଥିଲା ।

ମେରିଟ୍ ଲିଷ୍ଟ୍ କିପରି ଯାଞ୍ଚ କରିବେ?
ଜିଡିଏସ ମେରିଟ୍ ଲିଷ୍ଟ୍ ଯାଞ୍ଚ କରିବାକୁ ନିମ୍ନରେ ଦିଆଯାଇଥିବା ଟିପ୍ସଗୁଡିକ ଅନୁସରଣ କରନ୍ତୁ ।
ସର୍ବପ୍ରଥମେ ଇଣ୍ଡିଆନ୍ ପୋଷ୍ଟର ଅଫିସିଆଲ୍ ୱେବସାଇଟ୍ indiapostgdsonline.gov.inକୁ ଯାଆନ୍ତୁ ।
ତା’ପରେ ହୋମପେଜରେ ଇଣ୍ଡିଆ ପୋଷ୍ଟ ଜିଡିଏସ ମେରିଟ୍ ଲିଷ୍ଟ ୨୦୨୪ ଲିଙ୍କରେ କ୍ଲିକ୍ କରନ୍ତୁ ।
ଏହି ଲିଷ୍ଟ୍ ଆପଣଙ୍କ ସ୍କିନରେ ଜିଡିଏସ ଫର୍ମାଟରେ ଖୋଲିବ, ଯେଉଁଥିରେ ପ୍ରାର୍ଥୀଙ୍କ ନାମ ଏବଂ ରୋଲ ନମ୍ବର ଉଲ୍ଲେଖ କରାଯିବ ।

Get real time updates directly on you device, subscribe now.