fbpx

ଅଗଷ୍ଟ ୧୫ ଦିନ ସକାଳ ୪ଟାରେ ଆରମ୍ଭ ହେବ ମେଟ୍ରୋ ସେବା: DMRC

ନୂଆଦିଲ୍ଲୀ: ଆସନ୍ତାକାଲି ସ୍ୱାଧୀନତା ଦିବସ । ଏଥିପାଇଁ ସମସ୍ତ ଦେଶବାସୀ ଉତ୍ସବମୁଖର । ଦିଲ୍ଲୀରେ ସ୍ୱାଧୀନତା ଦିବସକୁ ଦୃଷ୍ଟିରେ ରଖି ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ୍‌(DMRC ) ଯାତ୍ରୀଙ୍କ ସୁବିଧା ପାଇଁ ବିଶେଷ ପ୍ରସ୍ତୁତି କରିଛି । DMRC  ଏହାର ମେଟ୍ରୋ ଚଳାଚଳ ସମୟରେ ପରିବର୍ତ୍ତନ କରିଛି । କହିରଖୁଛୁ ଏହି ପରିବର୍ତ୍ତନ କେବଳ ୧୫ ଅଗଷ୍ଟ ୨୦୨୪ ପାଇଁ ଏବଂ ଏହା ପରେ ପୂର୍ବ ଟାଇମ୍ ଟେବୁଲ୍ ଅନୁଯାୟୀ ମେଟ୍ରୋ ଚଳାଚଳ କରିବ ।

ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ୍ ଅନୁଯାୟୀ ଦିଲ୍ଲୀରେ ପ୍ରତ୍ୟେକ ଟର୍ମିନାଲ ଷ୍ଟେସନରେ ମେଟ୍ରୋ ସେବା ସକାଳ ୪ଟାରୁ ଆରମ୍ଭ ହେବ । ସାଧାରଣ ଯାତ୍ରୀଙ୍କ ପାଇଁ ସକାଳ ୬ଟା ପର୍ଯ୍ୟନ୍ତ ପ୍ରତି ୧୫ ମିନିଟ୍ ବ୍ୟବଧାନରେ ମେଟ୍ରୋ ସେବା ଉପଲବ୍ଧ ରହିବ । ଏହା ପରେ ଅନ୍ୟ ଦିନ ପରି ନିୟମିତ ଟାଇମ୍ ଟେବୁଲ୍ ଅନୁଯାୟୀ ମେଟ୍ରୋ ଚଳାଚଳ କରିବ ।

Get real time updates directly on you device, subscribe now.