fbpx

Career Tips: ଅଫିସରେ ନୂଆ join କରିଛନ୍ତି କି ? ଇମ୍ପ୍ରେସନ୍ ଖରାପ କରନ୍ତୁ ନାହିଁ ନଚେତ୍ ହରାଇପାରନ୍ତି ଚାକିରି

ଓଡ଼ିଶା ଭାସ୍କର: ସାଧାରଣତଃ ସମସ୍ତେ ନିଜ ପ୍ରଥମ ଚାକିରିକୁ ନେଇ ବେଶି ଉତ୍ସାହିତ ଥାନ୍ତି । ଅଫିସରେ ମାଲିକ, ସହ କର୍ମଚାରୀ, ଅଫିସର ବାତାବରଣ ଇତ୍ୟାଦିକୁ ନେଇ ସେମାନେ ଅଧିକ ଚିନ୍ତିତ ଥାନ୍ତି । ଅଫିସରେ ନୂଆ ଜଏନ୍ କରିଥିବା ବ୍ୟକ୍ତି ଟିକେ ନର୍ଭସ ରହିଥାଏ । କେଉଁ ପରିସ୍ଥିତିରେ କାହା ସହ କିପରି ଡିଲ୍ କରିବେ କିଛି ବୁଝା ପଡ଼ୁନଥାଏ । ଏଭଳି ସ୍ଥିତିରେ କଥା ଆହୁରି ବିଗିଡ଼ି ଯାଏ ।

କଥାରେ ଅଛି ଫାଷ୍ଟ୍ ଇମ୍ପ୍ରେସନ୍ ଇଜ୍ ଦି ଲାଷ୍ଟ ଇମ୍ପ୍ରେସନ୍ । ତେଣୁ ଅଧିକାଂଶ ବ୍ୟକ୍ତି ବିଶେଷକରି ବୃତ୍ତିଗତ କ୍ଷେତ୍ରରେ ଅନ୍ୟ ସାମ୍ନାରେ ନିଜର ଭଲ ଇମ୍ପ୍ରେସନ୍ ଦେବା ଉପରେ ଫୋକସ୍ କରିଥାନ୍ତି । କିନ୍ତୁ ବେଳେ ବେଳେ ଓଭର କନଫିଡେନ୍ସରେ ଆମେ ଏପରି କିଛି ଭୁଲ କରିଦେଇଥାଉ ଯଦ୍ୱାରା ଆମ ଚାକିରି ବିପଦରେ ପଡ଼ିପାରେ । ଏହା ସହ ଭବିଷ୍ୟତରେ ଆପଣଙ୍କୁ ନେଇ ଅଫିସରେ ଆଲୋଚନା ହେବା ସହ ସମସ୍ୟା ସୃଷ୍ଟି ହୋଇପାରେ । ତେବେ ଆପଣ ନୂଆ ନୂଆ ଅଫିସ ଜଏନ୍ କରିଥିଲେ ଏହି ନିମ୍ନଲିଖିତ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ ।

୧. ବ୍ୟକ୍ତିଗତ କଥା: ସବୁବେଳେ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ଅଲଗା ରଖିବା ପାଇଁ ଚେଷ୍ଟା କରନ୍ତୁ । ନୂଆ ଅଫିସରେ ଯୋଗ ଦେଇଥିଲେ ଶୀଘ୍ର କାହା ଉପରେ ବିଶ୍ୱାସ କରି ନିଜ ବ୍ୟକ୍ତିଗତ କଥା ଶେୟାର କରନ୍ତୁ ନାହିଁ । ଏହା ଦ୍ୱାରା ଅଫିସରେ ଆପଣ ଆଲୋଚନାର ଶିକାର ହୋଇପାରନ୍ତି । ସହ କର୍ମଚାରୀଙ୍କ ମନରେ ଆପଣଙ୍କ ପାଇଁ ଭ୍ରାନ୍ତ ଧାରଣା ସୃଷ୍ଟି ହେବା ସହ ସମସ୍ତଙ୍କ ସାମ୍ନାରେ ଆପଣଙ୍କ ଇମ୍ପ୍ରେସନ୍ ଖରାପ ହୋଇପାରେ ।

୨. ସମୟାନୁବର୍ତ୍ତୀ: ବୃତ୍ତିଗତ ଜୀବନରେ ସବୁବେଳେ ପ୍ରୋଫେସନାଲିଜିମ୍ ବଜାୟ ରଖନ୍ତୁ । ଏଥିପାଇଁ ପ୍ରଥମେ ନିଜକୁ ଅନୁଶାସନରେ ରଖିବା ପାଇଁ ଅଫିସ୍ ଟାଇମିଂ ଠିକ୍ ରଖନ୍ତୁ । ନୂଆ ଅଫିସ ଜଏନ୍ କରି ବିଳମ୍ବରେ ଯାଉଥିଲେ ଆପଣଙ୍କ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପଡ଼ିଥାଏ ।

୩. ସହକର୍ମୀଙ୍କ ସହ ଉତ୍ତମ ବ୍ୟବହାର: ଅଫିସରେ ଇଗୋ ରଖି କାର୍ଯ୍ୟ କରିଲେ ଆପଣଙ୍କ ବିଷୟରେ ସମସ୍ତଙ୍କ ମନରେ ଆପଣଙ୍କୁ ନେଇ ନକାରାତ୍ମକ ଚିନ୍ତାଧାରା ଉପୁଜିଥାଏ । ଅଫିସରେ ଉଭୟ ସିନିୟର ଏବଂ ଜୁନିୟରଙ୍କ ସହ ଉଚିତ ବ୍ୟବହାର କରନ୍ତୁ । ଅଯଥାରେ କଳି କରି ସମ୍ପର୍କ ନଷ୍ଟ କରନ୍ତୁ ନାହିଁ । ମନେରଖନ୍ତୁ ଅନ୍ୟଠାରୁ ଯେପରି ବ୍ୟବହାର ଆଶା କରନ୍ତି, ଅନ୍ୟମାନଙ୍କୁ ସେହିଭଳି ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ ।

୪. ମୋବାଇଲରେ ବ୍ୟସ୍ତ ରୁହନ୍ତୁ ନାହିଁ: ଅଫିସ୍ କାମ କରୁଥିଲେ ଅଧିକ ମୋବାଇଲ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ । ଏହା ଦ୍ୱାରା ସିନିୟରଙ୍କ ଦୃଷ୍ଟିରେ ଆପଣଙ୍କ ଇମେଜ୍ ଖରାପ ହୋଇଥାଏ । ଅତିଆବଶ୍ୟକ ଥିଲେ ବାହାରକୁ ଯାଇ କଥାବାର୍ତ୍ତା କରନ୍ତୁ । ନୂଆ କରି ଅଫିସ ଯାଇଥିଲେ କାମ ଶିଖିବା ପାଇଁ ଚେଷ୍ଟା କରନ୍ତୁ ନିଜ ଭିତରେ ମଜି ରୁହନ୍ତୁ ନାହିଁ ।

Get real time updates directly on you device, subscribe now.