fbpx

ଜାତୀୟ ସ୍ତରରେ ଚମକୁଛନ୍ତି ଓଡ଼ିଆ ଝିଅ ବର୍ଣ୍ଣାଳୀ ହୋତା; ଫାଇନାଲରେ ସପୋର୍ଟ କରିବା ପାଇଁ ଓଡିଶାବାସୀଙ୍କୁ କହିଲେ ବର୍ଣ୍ଣାଳୀ

ଓଡ଼ିଶା ଭାସ୍କର : ଦୂରଦର୍ଶନ ନ୍ୟାସନାଲ୍ ରେ ପ୍ରସାରିତ ଏବଂ ଭାରତର ପ୍ରଥମ ଲୋକ ସଂଗୀତ ରିୟଲିଟି ସୋ ଭାବରେ ମାନ୍ୟତା ପାଇଥିବା ‘ଭାରତ କା ଅମୃତ କଳସ’ ଭାରତୀୟ ଲୋକ ସଂଗୀତ ଏବଂ ପ୍ରତିଭା ପ୍ରତି ନୂତନ ଆଭିମୁଖ୍ୟ ଗ୍ରହଣ କରିଛି। ଯେହେତୁ ଆମେ ସମସ୍ତେ ଜାଣୁ, କଳା ଏବଂ କଳାକାରଙ୍କ ବିଷୟରେ ଓଡିଶା କେବେ ନିରାଶ କରେ ନାହିଁ । ଫୋକ ମ୍ୟୁଜିକରେ ଚମକୁଛନ୍ତି ଓଡ଼ିଆ ଝିଅ ବର୍ଣ୍ଣାଳୀ ହୋତା । କାର୍ଯ୍ୟକ୍ରମର ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ଲୋକ ସଂସ୍କୃତି ଓ ଲୋକକଳାକୁ ଆଗକୁ ଆଣିବାକୁ ପ୍ରୟାସ କରାଯାଈଛି । ଗାୟିକା ବର୍ଣ୍ଣାଳୀ ହୋତା ସୋ’ରେ ନିଜ ସ୍ୱର ସହିତ ଯାଦୁ ବିସ୍ତାର କରୁଛନ୍ତି ।ବର୍ଣ୍ଣାଳୀ ପୂର୍ବରୁ ‘ହାଏ କୃଷ୍ଣ’, ‘ଫୁର କିନା ଉଡ଼ିଗଲା ବଣି ’, ‘ବାଜାରେ ବାଜା ବାଲା’, “ଦେଖା ଲୋ ସଙ୍ଗାତ ” ଏବଂ ଏପରି ଅନେକ ଓଡିଆ ଗୀତର ପ୍ରଦର୍ଶନରୁ ଭାଇରାଲ ହୋଇସାରିଛନ୍ତି। ଏବେ ବର୍ଣ୍ଣାଳୀଙ୍କୁ ସମସ୍ତ ଓଡ଼ିଆବାସୀଙ୍କ ସହାୟତାର ଆବଶ୍ୟକତା ରହିଛି ।

ଆସନ୍ତୁ ଶୁଣିବା କ’ଣ କହୁଛନ୍ତି ବର୍ଣ୍ଣାଳୀ…

ପିଲାଟା ବେଳରୁ ସଂଗୀତ ପ୍ରତି ଆକର୍ଷିତ ହୋଇଥିଲେ କଣ୍ଠଶିଳ୍ପୀ ବର୍ଣ୍ଣାଳୀ ହୋତା। ୨୦୧୧ ମସିହାରେ ଜି-ଟିଭିରେ ପ୍ରସାରିତ ଲୋକପ୍ରିୟ ରିୟଲିଟି ସୋ ‘ସା ରେ ଗା ମା ପା’ରେ ଅଂଶ ଗ୍ରହଣ କରି ନିଜ କୋକିଳ କଣ୍ଠର ଯାଦୁ ଦେଖାଇଥିଲେ ବର୍ଣ୍ଣାଳୀ। ଷ୍ଟାର୍ ପ୍ଲସ ଟିଭି ଚ୍ୟାନେଲରେ ପ୍ରସାରିତ ହୋଇଥିବା ରିୟଲିଟି ସୋ ଦିଲ୍ ହୈ ହିନ୍ଦୁସ୍ଥାନୀର ରନର୍ସଅପ୍ ହୋଇଛନ୍ତି ।

ବର୍ଣ୍ଣାଳୀ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ଶାନ୍ତିନିକେତନରେ ଯୁକ୍ତ ୨ କଳା ପଢ଼ିଛନ୍ତି । ୨୦୧୪ ମସିହାରେ ବିଜେବି ଇଂରାଜି ମିଡିୟମ୍ ସ୍କୁଲ୍‌ରେ ସେ ଦଶମ ପାସ୍ (ସିବିଏସି) କରିଛନ୍ତି । ପ୍ରାଚୀନ କଳା କେନ୍ଦ୍ରରେ ସେ ଓଡ଼ିଶୀ ସଂଗୀତ ଶିକ୍ଷା ଗ୍ରହଣ କରିଛନ୍ତି । ଗୁରୁ ମୋହନ ସିଂହଙ୍କଠାରୁ ଶାସ୍ତ୍ରୀୟ ସଂଗୀତ ବନାରସୀ ଘରାନାରେ ସଂଗୀତ ଶିକ୍ଷା ଗ୍ରହଣ କରିଛନ୍ତି ।

ଆସନ୍ତୁ ଦେଖିବା ତାଙ୍କ ପ୍ରତିଭାର ଏକ ଦୃଶ୍ୟ :-

Get real time updates directly on you device, subscribe now.