fbpx

ଗଞ୍ଜେଇ ମାଫିଆଙ୍କୁ ଛାଡ଼ିଦେବା ପଡ଼ିଲା ମହଙ୍ଗା, ୧୧ ପୋଲିସ କର୍ମଚାରୀ ନିଲମ୍ବିତ

କୋରାପୁଟ: ପୁଣି ଗଞ୍ଜେଇ କାରବାରକୁ ନେଇ ଚର୍ଚ୍ଚା । ଗଞ୍ଜେଇ ଗାଡ଼ି ଜବତ କରିବା ପରେ ମାଫିଆଙ୍କୁ ଛାଡ଼ିଦେବା ପୁଲିସ କର୍ମଚାରୀଙ୍କୁ ମହଙ୍ଗା ପଡ଼ିଛି । ଜବତ ଗାଡ଼ି ଏବଂ ମାଫିଆଙ୍କୁ ଛାଡ଼ିଦେବା ଅଭିଯୋଗରେ ୧୧ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି କୋରାପୁଟ ଏସପି । ମାଛକୁଣ୍ଡ ଓ ଲମତାପୁଟ ଥାନାର ୩ ପୋଲିସ ଅଧିକାରୀଙ୍କ ସମେତ ମୋଟ ୧୧ଜଣ ପୁଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୩ ଜଣ ସବଇନ୍ସପେକ୍ଟର, ଜଣେ ହେଡ କନଷ୍ଟେବଳ, ୨ ଯବାନ ,୨ ଜଣ ତାଲିମ ନେଉଥୁବା ସବଇନ୍ସପେକ୍ଟର ସମେତ ୨ଜଣ ହୋମ ଗାର୍ଡ ରହିଛନ୍ତି । ଏ ସମ୍ପର୍କରେ ଅଧିକ ତଦନ୍ତ ଚାଲିଛି ବୋଲି କୋରାପୁଟ ଆରକ୍ଷୀ ଅଧୀକ୍ଷକ ଅଭିନବ ସୋନକର କହିଛନ୍ତି ।

Get real time updates directly on you device, subscribe now.