fbpx

ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪: ତେକେ Tax ଦେବେ ପଦକ ବିଜେତା ନୀରଜ ଓ ମନୁ ? ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ନିକଟରେ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ଉଦ୍‌ଯାପିତ ହୋଇଛି । ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତୀୟ ଖେଳାଳି ଦମଦାର ପ୍ରଦର୍ଶନ କରି ପଦକ ଜିତି ଦେଶ ପାଇଁ ଗୌରବ ଅର୍ଜନ କରିଛନ୍ତି । ତେବେ ଚଳିତ ଅଲିମ୍ପିକ୍ସରେ ପଦକ ବିଜେତାଙ୍କ ଉପରେ କେନ୍ଦ୍ର ଏବଂ ରାଜ୍ୟ ତରଫରୁ ପ୍ରାଇଜ୍ ମନି ରୂପରେ ପୁରସ୍କାର ଓ ନଗଦ ଟଙ୍କାର ବର୍ଷା ହେଉଛି । ଏମିତିରେ ମନରେ ପ୍ରଶ୍ନ ଉଠୁଛି କି କ’ଣ ଖେଳାଳିଙ୍କୁ ଟଙ୍କା ଆକାରରେ ଦିଆଯାଇଥିବା ପ୍ରାଇଜ୍ ମନି ଉପରେ ଟ୍ୟାକ୍ସ ଲାଗୁ ହେବ ।

ଭାରତୀୟ ଷ୍ଟାର ଏଥଲିଟ୍ ନୀରଜ ଚୋପ୍ରା ଜାଭେଲିନ୍ ଥ୍ରୋରେ ରୌପ୍ୟ ପଦକ, ମନୁ ଭାକର, ସରବଜୋତ ସିଂହ, ସ୍ୱପ୍ନିଲ କୁସାଲେ, ଅମନ ଶେହରାୱତ ଏବଂ ଭାରତୀୟ ହକି ଟିମ୍ କାଂସ୍ୟ ପଦକ ଜିତି ଭାରତ ପାଇଁ ଗୌରବ ହାସଲ କରିଛନ୍ତି । ରିପୋର୍ଟରୁ ପ୍ରକାଶ ପ୍ୟାରିସ୍ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ୮୦ ହଜାର ଟଙ୍କା, ରୌପ୍ୟ ପଦକ ବିଜେତାଙ୍କୁ ୪୦ ହଜାର ଟଙ୍କା ଏବଂ କାଂସ୍ୟ ପଦକ ବିଜେତାଙ୍କୁ ୨୦ ହଜାର ଟଙ୍କା ସେଠିକାର ସରକାର ତରଫରୁ ଦିଆଯିବ । ଭାରତୀୟ ଖେଳାଳିଙ୍କୁ ସରକାରଙ୍କ ତରଫରୁ ମିଳିଥିବା ନଗଦ କିମ୍ବା ପୁରସ୍କାର ରାଶି ଉପରେ କୌଣସି ଟିକସ ଲାଗୁ ହେବ ନାହିଁ । ୨୦୧୪ରେ ସେଣ୍ଟ୍ରାଲ ବୋର୍ଡ଼ ଅଫ୍ ଡାଇରେକ୍ଟ ଟ୍ୟାକ୍ସେସ୍‌(CBDT) ଏହାର ଏକ ବିଜ୍ଞପ୍ତିରେ ସ୍ପଷ୍ଟ କରିଥିଲା କି କେନ୍ଦ୍ର କିମ୍ବା ରାଜ୍ୟ ସରକାର ଦ୍ୱାରା ଅଲିମ୍ପିକ, କମନୱେଲ୍‌ଥ୍ ବା ଏସୀୟ କ୍ରୀଡ଼ାରେ ପଦକ ବିଜେତାଙ୍କୁ ଦିଆଯାଇଥିବା ପୁରସ୍କାର ରାଶି ଉପରେ ଆୟକର ଅଧିନିୟମ ଧାରା 10(17A) ଅଧୀନରେ ଛାଡ଼ ପ୍ରଦାନ କରାଯିବ ।

ପ୍ୟାରିସ୍ ଅଲିମ୍ପିକ୍ସରେ ଦୁଇଟି ପଦକ ବିଜେତା ମନୁ ଭାକର ଏବଂ ସରବଜୋତ ସିଂହଙ୍କୁ ଯୁବ କାର୍ଯ୍ୟକ୍ରମ ଓ କ୍ରୀଡ଼ା ମନ୍ତ୍ରଣାଳୟର ପୁରସ୍କାର ଯୋଜନା ଅନ୍ତର୍ଗତ ୩୦ ଲକ୍ଷ ଟଙ୍କା ଏବଂ ୨୨.୫ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା ଯାହାକି ଟିକସ ମୁକ୍ତ ଅଟେ ।

Get real time updates directly on you device, subscribe now.