fbpx

‘ଆମେ ସଂକଳ୍ପ ନେଇ ଚାଲିଲେ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିପାରିବା’, ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା

ନୂଆଦିଲ୍ଲୀ: ୭୮ତମ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିଛନ୍ତି । ଏହାପରେ ସେ ଜନସଭାକୁ ସମ୍ବୋଧିତ କରି କହିଛନ୍ତି ଯେ, ମୋ ପ୍ରିୟ ଦେଶବାସୀ ଆମେ ସ୍ୱାଧୀନତାର ପୂର୍ବବର୍ତ୍ତୀ ଦିନ ଗୁଡିକୁ ମନେପକାଇବା । ପ୍ରତ୍ୟେକ ମୁହୂର୍ତ୍ତ ସଂଘର୍ଷପୂର୍ଣ୍ଣ ଥିଲା । ଶହ ଶହ ବର୍ଷ ଆମେ ଗୋଲାମୀ କରୁଥିଲୁ । ଏହି ସଂଘର୍ଷରେ ମହିଳା, ଆଦିବାସୀ, ଯୁବକ ସମସ୍ତେ ଗୋଲାମୀ ବିରୋଧରେ ଯୁଦ୍ଧ କରିଆସୁଥିଲେ । ୧୮୫୭ର ସ୍ୱାଧୀନତା ସଂଗ୍ରାମର ପୂର୍ବରୁ ହିଁ ଆମର ଅନେକ ଆଦିବାସୀ ଅଞ୍ଚଳ ଥିଲା, ଯେଉଁଠାରେ ସ୍ୱାଧୀନତା ପାଇଁ ସଂଗ୍ରାମ ଚାଲିଥିଲା । ସ୍ୱାଧୀନତାର ସଂଗ୍ରାମ ବହୁ ଲମ୍ବା ଥିଲା । ଏହାପରେ ୪୦ କୋଟି ଦେଶବାସୀ ସ୍ୱାଧୀନତା ଆଣିବାରେ ସଫଳତା ହାସଲ କରିଥିଲେ । ଗୋଟିଏ ହିଁ ସ୍ୱପ୍ନ ଥିଲା ବନ୍ଦେ ମାତରମ, ଗୋଟିଏ ହିଁ ସ୍ୱପ୍ନ ଥିଲା ଦେଶର ସ୍ୱାଧୀନତା ।

ସେ କହିଛନ୍ତି ଯେ, ଆମର ଗର୍ବ ଯେ, ଆମେ ସେମାନଙ୍କ ବଂଶଜ । ୪୦ କୋଟି ଲୋକେ ବିଶ୍ୱର ମହାନ ଶକ୍ତିକୁ ଧ୍ୱଂସ କରିଦେଇଥିଲେ । ଆମର ପୂର୍ବଜଙ୍କ ରକ୍ତ ଆମ ଶିରାରେ ଅଛି । ଯଦି ୪୦ କୋଟି ଲୋକ ଦାସତ୍ୱର ଶିକୁଳି ଭାଙ୍ଗି ସ୍ୱାଧୀନତା ଆଣିପାରିଥିଲେ, ତା’ହେଲେ ମୋର ୧୪୦ କୋଟି ନାଗରିକ, ମୋ ପରିବାର ସଦସ୍ୟ, ଯଦି ସେମାନେ ନିଷ୍ଠା ସହିତ ଆଗକୁ ବଢନ୍ତି, ଏକ ଦିଗ ସ୍ଥିର କରି ଆଗକୁ ବଢିପାରିବେ, ତେଣୁ ଯେତେ ଚ୍ୟାଲେଞ୍ଜ ଥିଲେ ସୁଦ୍ଧା, ଆମକୁ ସମ୍ବଳ ପାଇଁ ସଂଘର୍ଷ କରିବାକୁ ପଡିବ, ଆମେ ସମୃଦ୍ଧତା ହାସଲ କରିପାରିବା। ଆମେ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ ତିଆରି କରିପାରିବା।

Get real time updates directly on you device, subscribe now.