fbpx

କେଜ୍ରିୱାଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମନୀଷ ସିସୋଦିଆ, କହିଲେ- ‘ଦେଶର ଗଣତନ୍ତ୍ର ଜେଲ ଭିତରେ’

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟୀର ମୁଖ୍ୟ ଏବଂ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କର ଶୁକ୍ରବାର (୧୬ ଅଗଷ୍ଟ)ରେ ଜନ୍ମଦିନ। ତିହାର ଜେଲରେ ବନ୍ଦୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି ୫୬ ବର୍ଷ ହୋଇଛି। ଏହି ଅବସରରେ ଆପ ନେତା ମନୀଷ ସିସୋଦିଆ ସୋସିଆଲ ମିଡିଆ ସାଇଟ ଏକ୍ସରେ ପୋଷ୍ଟ କରି ସିଏମ କେଜ୍ରିୱାଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, ଅରବିନ୍ଦ କେଜ୍ରିୱାଲଙ୍କ ରୂପରେ ଆଜି ଦେଶର ଗଣତନ୍ତ୍ର ଜେଲରେ ଅଛନ୍ତି।

ମନୀଷ ସିସୋଦିଆ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସ(ପୂର୍ବରୁ ଟ୍ୱିଟର)ରେ ଲେଖିଛନ୍ତି ଯେ, ଦେଶରେ ଚାଲିଥିବା ଏକଛତ୍ରବାଦୀ ଶାସନ ବିରୋଧରେ କଡା ମୁକାବିଲା କରିଥିବା ମୁଖ୍ୟମନ୍ତ୍ରୀ, ମୋର ପ୍ରିୟ ବନ୍ଧୁ ତଥା ରାଜନୈତିକ ଗୁରୁ ଅରବିନ୍ଦ କେଜ୍ରିୱାଲଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

ସେ ଆହୁରି ଲେଖିଛନ୍ତି, ‘ଆମକୁ ଗର୍ବ ରହିଛି ଯେ, ଆମେ ଏପରି ଏକ ଦେଶଭକ୍ତ ଏବଂ ବୈପ୍ଳବିକ ନେତାଙ୍କ ସୈନିକ, ଯିଏ ଏକଛତ୍ରବାଦୀ ଆଗରେ ମୁଣ୍ଡ ନୁଆଁଇବା ଜେଲ ଯିବାକୁ ଚୟନ କରିଥିଲେ। ଅରବିନ୍ଦ କେଜ୍ରିୱାଲଙ୍କ ରୂପରେ ଆଜି ଦେଶର ଗଣତନ୍ତ୍ର ଜେଲରେ ଅଛନ୍ତି।’

Get real time updates directly on you device, subscribe now.