fbpx

ଭିଜିଲାନ୍ସ ଜାଳରେ ଆସିଷ୍ଟାଣ୍ଟ କମିଶନର, ୫ ଲକ୍ଷ ସରକାରୀ ଟଙ୍କା ହଡ଼ପ ଅଭିଯୋଗ

ଭୁବନେଶ୍ୱର: ଆସିଷ୍ଟାଣ୍ଟ କମିଶନରଙ୍କ ଘରେ ଭିଜିଲାନ୍ସ ରେଡ୍ । ଯାଜପୁର CT & GST ଆସିଷ୍ଟାଣ୍ଟ କମିଶନର ବିନୟ ଭୂଷଣ ତ୍ରିପାଠିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ତାଙ୍କ ନାଁରେ ୫ ଲକ୍ଷ ୮୫ ହଜାର ସରକାରୀ ଅର୍ଥ ହଡ଼ପ ଅଭିଯୋଗ ହୋଇଥିଲା । ଏକକାଳୀନ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି । ଭୁବନେଶ୍ୱର, ଖୋର୍ଦ୍ଧା ଏବଂ କେନ୍ଦ୍ରାପଡ଼ାରେ ରେଡ୍ ଜାରି ରହିଛି । ଭୁବନେଶ୍ୱର ସ୍ଥିତ ୟୁନିଟ୍‌-୨ ସ୍ଥିତ ସରକାରୀ ବାସ ଭବନ, ବରମୁଣ୍ଡାରେ ଥିବା ଘରେ, ନିରାକାରପୁର ସ୍ଥିତ ଘର ଓ ଫାର୍ମ ହାଉସ, ପାଟକୁରା ଯଦୁପୁର ସ୍ଥିତ ପୈତୃକ ଘରେ ରେଡ୍ ଜାରି ରହିଛି । ରେଡରେ ୭ ଜଣ ଡିଏସପି, ୧୪ ଇନ୍ସପେକ୍ଟର ସାମିଲ ଥିଲେ ।

Get real time updates directly on you device, subscribe now.