fbpx

କ୍ରିକେଟ ଇତିହାସର ଟପ୍-୧୦ ହାଇ ସ୍ପିଡ୍ ବୋଲିଂ କାହା ନାମରେ ରହିଛି: ଲିଷ୍ଟରେ ରହିଛନ୍ତି ୨ ଭାରତୀୟ ପେସର

ନୂଆଦିଲ୍ଲୀ: କ୍ରିକେଟ ଇତିହାସରେ ଆଜି ପର୍ଯ୍ୟନ୍ତ କେଉଁ ବୋଲର ସବୁଠାରୁ ଦ୍ରୁତ ବୋଲିଂ କରିଛନ୍ତି ତାଙ୍କର ନାମ ଆପଣମାନେ ଜାଣନ୍ତି କି? ଦ୍ରୁତ ବୋଲିଂ କରିଥିବା ବିଶ୍ୱର ଟପ-୧୦ ଜଣ ବୋଲରଙ୍କ ଲିଷ୍ଟରେ ଦୁଇଜଣ ଭାରତୀୟ ପେସର ରହିଛନ୍ତି । ୨୦୦୩ ମସିହାରେ କ୍ରିକେଟ ଇତିହାସର ସବୁଠାରୁ ଦ୍ରୁତ ବୋଲ୍ ଡେଲିଭର ହୋଇଥିଲା । ଏହା ମଧ୍ୟରେ ଦୀର୍ଘ ୨୧ ବର୍ଷ ଅତିକ୍ରାନ୍ତ ହୋଇସାରିଥିଲେ ହେଁ ଦୁଇ ଦଶନ୍ଧି ତଳର ସେହି ପୁରୁଣା ରେକର୍ଡ ଆଜି ଅତୁଟ ରହିଛି । ବିଶ୍ୱର ଅନ୍ୟ କୌଣସି ଦ୍ରୁତ ବୋଲର ସେହି ରେକର୍ଡକୁ ଭାଙ୍ଗିବାକୁ ସକ୍ଷମ ହୋଇପାରି ନାହାନ୍ତି ।

୧- ଶୋଏବ ଅଖତର: ପାକିସ୍ତାନୀ ପେସର ଶୋଏବ ଅଖତର ୨୦୦୩ରେ ଇଂଲଣ୍ଡ ବିପକ୍ଷରେ ଘଣ୍ଟା ପ୍ରତି ୧୬୧.୩ କିମି ବେଗରେ ବୋଲିଂ କରିଥିଲେ । ଏହି ରେକର୍ଡକୁ ଭାଙ୍ଗିବା ନିଶ୍ଚିତପକ୍ଷେ ମୁସ୍କିଲ ।

୨- ଶନ ଟେଟ୍: ୨୦୧୦ରେ ଇଂଲଣ୍ଡ ବିପକ୍ଷରେ ଅଷ୍ଟ୍ରେଲୀୟ ବୋଲର ଶନ୍ ଟେଟ ଘଣ୍ଟା ପ୍ରତି ୧୬୧.୨ କିମି ବେଗରେ ବୋଲିଂ କରିଥିଲେ । ଟେଟ୍ ଦ୍ରୁତ ବୋଲିଂରେ ଅଖତରଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ ହେଁ ପରେ ସେ ଏପରି ଦ୍ରୁତ ବୋଲିଂ କରିପାରି ନଥିଲେ ।

୩- ବ୍ରେଟ ଲି: ଅଷ୍ଟ୍ରେଲୀୟ ବୋଲର ବ୍ରେଟ ଲି ୨୦୦୫ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଘଣ୍ଟା ପ୍ରତି ୧୬୧.୧ କିମି ବେଗରେ ବୋଲିଂ କରିଥିଲେ ।

୪. ଜେଫ୍ରି ଥମ୍ପସନ: ୧୯୭୫ରେ ଅଷ୍ଟ୍ରେଲୀୟ ବୋଲର ଜେଫ୍ରି ଥମ୍ପସନ ୱେଷ୍ଟଇଣ୍ଡିଜ ବିପକ୍ଷରେ ବିଶ୍ୱର ପ୍ରଥମ ବୋଲର ଭାବେ ଘଣ୍ଟା ପ୍ରତି ୧୬୦.୬ କିମି ବେଗରେ ବୋଲିଂ କରି ଚର୍ଚ୍ଚିତ ହୋଇଥିଲେ ।

୫- ମିଶେଲ ଷ୍ଟାର୍କ: ୨୦୧୫ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଅଷ୍ଟ୍ରେଲୀୟ ବୋଲର ମିଶେଲ ଷ୍ଟାର୍କ ନ୍ୟୁଜିଲାଣ୍ଡ ବିପକ୍ଷରେ ଘଣ୍ଟା ପ୍ରତି ୧୬୦.୪ କିମି ବେଗରେ ବୋଲିଂ କରିଥିଲେ ।

୬- ଏଣ୍ଡି ରବର୍ଟସ: ୧୯୭୫ରେ ଅଷ୍ଟ୍ରେଲିଆ ବିପକ୍ଷରେ ୱେଷ୍ଟଇଣ୍ଡିଜର ଦ୍ରୁତ ବୋଲର ଘଣ୍ଟା ପ୍ରତି ୧୫୯.୫ କିମି ବେଗରେ ବୋଲିଂ କରିଥିଲେ ।

୭- ଫିଡେଲ ଏଡୱାର୍ଡସ: ୨୦୦୩ରେ ୱେଷ୍ଟଇଣ୍ଡିଜର ଦ୍ରୁତ ବୋଲର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଘଣ୍ଟା ପ୍ରତି ୧୫୭.୭ କିମି ବେଗରେ ବୋଲିଂ କରିଥିଲେ ।

୮- ଉମରାନ ମଲିକ: ଆଇପିଏଲ ୨୦୨୨ରେ ଭାରତୀୟ ବୋଲର ଉମରାନ ମଲିକ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଘଣ୍ଟା ପ୍ରତି ୧୫୭ କିମି ବେଗରେ ବୋଲିଂ କରିଥିଲେ ।

୯- ମିଶେଲ ଜନସନ: ୨୦୧୩ରେ ଅଷ୍ଟ୍ରେଲିଆ ବୋଲର ମିଶେଲ ଜନସନ ଇଂଲଣ୍ଡ ବିପକ୍ଷରେ ଘଣ୍ଟା ପ୍ରତି ୧୫୬.୮ କିମି ବେଗରେ ବୋଲିଂ କରିଥିଲେ ।

୧୦- ମୟଙ୍କ ଯାଦବ: ଭାରତୀୟ ବୋଲର ମୟଙ୍କ ଯାଦବ ୨୦୨୪ ଆଇପିଏଲରେ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଘଣ୍ଟା ପ୍ରତି ୧୫୬.୭ କିମି ବେଗରେ ବୋଲିଂ କରିଥିଲେ ।

Get real time updates directly on you device, subscribe now.