fbpx

ନୂଆ ବିଧାୟକଙ୍କ ପାଇଁ ପାଠଶାଳା ଆରମ୍ଭ; ପ୍ରଶିକ୍ଷଣ ଦେବେ ବରିଷ୍ଠ ତଥା ଅନୁଭବୀ ନେତା

ଭୁବନେଶ୍ୱର: ଆସନ୍ତା ୨୫ ତାରିଖରେ ବିଜେଡି ଶଙ୍ଖ ଭବନରେ ପ୍ରଶିକ୍ଷଣ ଶିବିର ଆୟୋଜିତ କରିବ । ଏଥିରେ ବରିଷ୍ଠ ତଥା ଅନୁଭବୀ ନେତା ବିଧାନସଭାର ନୀତି ନିୟମ ବିଷୟରେ ନୂତନ ବିଧାୟକଙ୍କୁ ପ୍ରଶିକ୍ଷଣ ଦେବେ । ଏହି ପ୍ରଶିକ୍ଷଣ ଶିବିର ସକାଳ ୧୦ଟାରେ ଆରମ୍ଭ ହେବା ନେଇ ବିଜେଡି ଉପମୁଖ୍ୟ ସଚେତକ ପ୍ରତାପ ଦେବ ସୂଚନା ଦେଇଛନ୍ତି ।

ଆଜି ବିଧାନସଭାରେ ବିଧାୟକଙ୍କ ଦୁଇ ଦିନିଆ ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ ରିଜି୍‌ଜୁ । ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏହି ୨ ଦିନିଆ କାର୍ଯ୍ୟକ୍ରମ ଚାଲିବ । ୧୭ତମ ବିଧାନସଭାର ବିଧାୟକଙ୍କ ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏବଂ ପ୍ରଭାତୀ ପରିଡାଙ୍କ ସହ ମନ୍ତ୍ରୀ ମଣ୍ଡଳର ସଦସ୍ୟଙ୍କ ସମେତ ବିଜେପି ବିଧାୟକମାନେ ଉପସ୍ଥିତ ଥିଲେ। ଆଜି କେନ୍ଦ୍ରମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ , ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ , ପୂର୍ବତନ ନେତା ତଥା ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ ଏବଂ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଗୋଟିଏ ଗୋଟିଏ ସେସନ୍ ରହିଛି। ଏଥିରେ ବରିଷ୍ଠମାନେ ନିଜର ଅଭିଜ୍ଞତା ବାଣ୍ଟିବେ। ବିଧାନସଭାର ନିୟମ ଏବଂ କାର୍ଯ୍ୟାବଳୀ ବିଷୟରେ ବିଧାୟକଙ୍କ ଅବଗତ କରିବେ। ତେବେ ବିଧାନସଭାରେ ଭଲ ପ୍ରଦର୍ଶନ ପାଇଁ ମନ୍ତ୍ର ଦେବେ। ସେପଟେ ବିଜେଡି ଏବଂ କଂଗ୍ରେସ ଏହି କାର୍ଯ୍ୟକ୍ରମକୁ ବୟକଟ୍ କରିଛନ୍ତି । ଏଥିରେ ବିଜେଡି ଓ କଂଗ୍ରେସର କୌଣସି ବିଧାୟକ ଯୋଗ ଦେଇନାହାଁନ୍ତି । ଅନ୍ୟପଟେ ବିଜେପି କହିଛି ଏହା କୌଣସି ରାଜନୈତିକ କାର୍ଯ୍ୟକ୍ରମ ନୁହେଁ । ଏହାକ ଅଯଥା ଅପ୍ରାସଙ୍ଗିକ ଦର୍ଶାଇ ନୂତନ ବିଧାୟକଙ୍କୁ ଏହି କାର୍ଯ୍ୟକ୍ରମରୁ ବଞ୍ଚିତ କରୁଛନ୍ତି ଦୁଇ ଦଳ ।

 

Get real time updates directly on you device, subscribe now.