fbpx

“ଆମର ଲଢ଼େଇ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ, ଆମର ଲଢ଼େଇ ବାକି ଅଛି”; ବିନେଶ ଫୋଗାଟ

ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସରୁ ଭାରତ ଫେରିଛନ୍ତି ବିନେଶ ଫୋଗାଟ । ନୂଆଦିଲ୍ଲୀସ୍ଥିତ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବାହାରିବା ପରେ ଭିନେଶଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଅଲିମ୍ପିକ୍ସ ପଦକ ବିଜେତା କୁସ୍ତିଯୋଦ୍ଧା ସାକ୍ଷୀ ମଲିକ, କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଏବଂ କଂଗ୍ରେସ ସାଂସଦ ଦୀପେନ୍ଦ୍ର ହୁଡାଙ୍କ ସମେତ ଶତାଧିକ ଲୋକ ବିନେଶଙ୍କୁ ସ୍ୱାଗତ କରିବା ପାଇଁ ବିମାନବନ୍ଦରରେ ଏକାଠି ହୋଇଥିଲେ। ବିମାନ ବନ୍ଦରରୁ ବିନେଶ ବାହାରିବା ମାତ୍ରେ ଭିନେଶ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ।

ମୁଁ ଭାଗ୍ୟବାନ ବୋଲି ବିନେଶ କହିଛନ୍ତି। ଅନ୍ୟ ଏକ ବିବୃତ୍ତିରେ ବିନେଶ କହିଛନ୍ତି, “ଜୀବନ ଏକ ସଂଘର୍ଷ ଏବଂ ଆମର ଲଢ଼େଇ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ, ଆମର ଲଢ଼େଇ ଏପର୍ଯ୍ୟନ୍ତ ଆସିନାହିଁ। ବିନେଶଙ୍କୁ ସ୍ୱାଗତ କରିବାକୁ ଆସିଥିବା ବଜରଙ୍ଗ ପୁନିଆ କହିଛନ୍ତି, ବିନେଶ ଜଣେ ଚାମ୍ପିୟନ, ସେଥିପାଇଁ ତାଙ୍କୁ ଚାମ୍ପିୟନ ଭଳି ସ୍ୱାଗତ ମିଳୁଛି। ପଦକ ପାଇବା, ନ ପାଇବା ଭାଗ୍ୟର କଥା। କିନ୍ତୁ ସେ ରାସ୍ତାରୁ ପୋଡିୟମ ପର୍ଯ୍ୟନ୍ତ ଯାତ୍ରା କରିଛନ୍ତି ତାହା ସମଗ୍ର ଦେଶ ଦେଖିସାରିଛି ।”

ବିନେଶଙ୍କୁ ସ୍ୱାଗତ କରିବାକୁ ଆସିଥିବା ସାକ୍ଷୀ ମଲ୍ଲିକ କହିଛନ୍ତି, ଆଜି ଏକ ବଡ଼ ଦିନ, ବିନେଶ ଭାରତ ପାଇଁ ଯାହା କରିଛନ୍ତି ତାହା ଆଶ୍ଚର୍ଯ୍ୟଜନକ, ସେ ମହିଳାଙ୍କ ପାଇଁ ଯାହା କରିଛନ୍ତି ତାହା ଆଶ୍ଚର୍ଯ୍ୟଜନକ। ମୁଁ କେବଳ ଆଶା କରୁଛି ଆପଣମାନେ ତାଙ୍କୁ ଭଲ ପାଇବେ ଏବଂ ସମ୍ମାନ ଦେବେ। ସେ ଜଣେ କୁସ୍ତିଯୋଦ୍ଧାଙ୍କୁ ପରାସ୍ତ କରିଛନ୍ତି ଯିଏ କେବେ ହାରି ନାହାନ୍ତି, ତେଣୁ ସେ ଆମ ପାଇଁ ଚାମ୍ପିୟନ। ଏହା କୌଣସି ରାଜନୈତିକ ଗସ୍ତ ନୁହେଁ, ବରଂ ଏହା ସ୍ୱାଗତଯୋଗ୍ୟ କୁସ୍ତିଯୋଦ୍ଧା ଓ ଚାମ୍ପିୟନ।

Get real time updates directly on you device, subscribe now.