fbpx

MUDA ଜମି ଆବଣ୍ଟନ ପ୍ରସଙ୍ଗକୁ ନେଇ ଚିନ୍ତାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ, ମାମଲା ରୁଜୁ କରିବାକୁ ମଞ୍ଜୁରୀ ଦେଲେ ରାଜ୍ୟପାଳ

ନୂଆଦିଲ୍ଲୀ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୟାଙ୍କ ଅଡ଼ୁଆ ବଢ଼ିଲା । ମହୀସୂର ନଗର ଉନ୍ନୟନ ପ୍ରାଧିକରଣ(MUDA) ଜମି ଆବଣ୍ଟନ ମାମଲାରେ ଆକ୍ଟିଭିଷ୍ଟ ଟିଜେ ଅବ୍ରାହମ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଦାଖଲ କରିବାକୁ ରାଜ୍ୟପାଳଙ୍କ ନିକଟରେ ଅନୁରୋଧ କରିଥିଲେ । ରାଜ୍ୟପାଳ ଥାୱର ଚନ୍ଦ ଗେହଲୋଟ୍ ଆରଟିଆଇ କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ଅଭିଯୋଗ ଆଧାରରେ ସିଦ୍ଧରମୈୟାଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି ।

ଏହି ମାମଲାକୁ କର୍ଣ୍ଣାଟକ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯିବ । ଏନେଇ ସୋମବାର କର୍ଣ୍ଣାଟକ ହାଇକୋର୍ଟରେ ଏକ ପିଟିସନ୍ ଦାଖଲ କରାଯିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସୂଚନାରୁ ପ୍ରକାଶ ଆଜି ଅପରାହ୍ନ ୩ଟାରେ ଟିଜେ ଅବ୍ରାହମ ରାଜ୍ୟପାଳଙ୍କୁ ଭେଟିପାରନ୍ତି ବୋଲି ଜଣାପଡ଼ିଛି । ତେବେ ଏନେଇ କୌଣସି ଅଧିକାରିକ ସୂଚନା ମିଳିପାରି ନାହିଁ । କହିରଖୁଛୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୟାଙ୍କ ବିରୋଧରେ MUDA ଦ୍ୱାରା ଜମି ଅଧିଗ୍ରହଣର ଏକ ଅଂଶ ନିଜ ପତ୍ନୀଙ୍କ ନାଁରେ ପରିବର୍ତ୍ତନ କରିବା ନେଇ ଅଭିଯୋଗ ରହିଛି । ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି ନେଇ ବେଙ୍ଗାଲୁରୁରୁ ମହୀସୂର ପର୍ଯ୍ୟନ୍ତ ବିଜେପି ଏକ ପଦଯାତ୍ରା କରିଥିଲା ।

Get real time updates directly on you device, subscribe now.