fbpx

ବିତର୍କରେ କମଳା ହାରିସଙ୍କୁ ପରାସ୍ତ କରିବା ପାଇଁ ପ୍ରସ୍ତୁତି କରୁଛନ୍ତି ଟ୍ରମ୍ପ, ଏହି ମହିଳା ହିନ୍ଦୁ ନେତାଙ୍କ ସହଯୋଗ ଲୋଡ଼ିଲେ

ୱାଶିଂଟନ୍‌: ଆମେରିକା ଉପରାଷ୍ଟ୍ରପତି କମଳା ହାରିସ ଏବଂ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ରାଷ୍ଟ୍ରପତି ନିର୍ବାଚନକୁ ନେଇ ବିତର୍କ ହେବ । ଏଥିପାଇଁ ଟ୍ରମ୍ପ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି ବିତର୍କରେ ତାଙ୍କ ସହଯୋଗ କରିବା ପାଇଁ ଜଣେ ହିନ୍ଦୁ ମହିଳା ନେତାଙ୍କୁ ଚୟନ କରିଛନ୍ତି । ସେ ହେଉଛନ୍ତି ପୂର୍ବତନ ଡେମୋକ୍ରାଟିକ୍ କଂଗ୍ରେସ ଏବଂ ହିନ୍ଦୁ- ଆମେରିକୀୟ ନେତା ତୁଳସୀ ଗବାର୍ଡ଼ । ଏନେଇ ନ୍ୟୁୟର୍କ ଟାଇମ୍ସ ଏହାର ଏକ ରିପୋର୍ଟରେ ସୂଚନା ଦେଇଛି ।

କହିରଖୁଛୁ ୧୦ ସେପ୍ଟେମ୍ବର, ୨୦୨୪ରେ ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତୀୟ ମୂଳ ନେତା କମଳା ହାରିସ ଏକ ବିତର୍କରେ ମୁହାଁମୁହିଁ ହେବେ । ୨୦୧୯ରେ ତୁଳସୀ ଗାବାର୍ଡ଼ ଡେମୋକ୍ରାଟିକ୍ ରାଷ୍ଟ୍ରପତି ପଦ ପାଇଁ ପ୍ରାଥମିକ ବିତର୍କରେ କମଳା ହାରିସଙ୍କୁ ପରାସ୍ତ କରିଥିଲେ । ୨୦୨୦ରେ ତୁଳସୀ ଡେମୋକ୍ରାଟିକ ପାର୍ଟି ତରଫରୁ ରାଷ୍ଟ୍ରପତି ପଦ ଦୌଡ଼ରେ ସାମିଲ ଥିଲେ । ତେବେ କୌଣସି କାରଣ ବଶତଃ ଏହି ଦୌଡ଼ରୁ ଓହରିବା ପରେ ସେ ଟ୍ରମ୍ପଙ୍କ ସମର୍ଥକ ହୋଇଥିଲେ । ସମୟକ୍ରମେ ଉଭୟଙ୍କ ମଧ୍ୟରେ ଉତ୍ତମ ବନ୍ଧୁତା ସ୍ଥାପନ ହୋଇଥିଲା ।

ତୁଳସୀ ଗାବାର୍ଡ଼ କିଏ ?

ଆମେରିକୀୟ ସେମୋନ ବଂଶର ଏକ ପରିବାରରେ ତୁଳସୀ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଜଣେ କାଥୋଲିକ ହୋଇଥିବା ବେଳେ ମାତା ହେଉଛନ୍ତି ହିନ୍ଦୁ । ସେ ଭାରତ ଏବଂ ଆମେରିକା ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନା ପାଇଁ ସର୍ବଦା ପ୍ରୟାସ ଜାରି ରଖିଛନ୍ତି ।

Get real time updates directly on you device, subscribe now.