fbpx

ଲଘୁଚାପ ପ୍ରଭାବରେ ୩ ଦିନ ପ୍ରବଳ ବର୍ଷା : ଏହିସବୁ ଜିଲ୍ଲାକୁ ସର୍ତକ ସୂଚନା

ଭୁବନେଶ୍ୱର : ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷାଲାଗି ରହିଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ଆଜି ଝାରସୁଗୁଡା, ସମ୍ବଲପୁର, ଦେବଗଡ, ବରଗଡ, ନୂଆପଡା, ବଲାଙ୍ଗିର, ବୌଦ୍ଧ, ସୁବର୍ଣ୍ଣପୁର, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାର କେତେକ ସ୍ଥାନରେ ଅତିପ୍ରବଳ ବର୍ଷାର ସମ୍ଭାବନା ଅଛି ।

ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ୧୪ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ପାଇଁ କୁହାଯାଇଛି । ଗତ ୨୪ଘଣ୍ଟା ମଧ୍ୟରେ ଯାଜପୁର ଜିଲ୍ଲାର ଜେନାପୁରଠାରେ ୧୫୦ ମିଲିମିଟର ବର୍ଷା, ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଡାଠାରେ ୧୨୯ ଦଶମିକ ୪, ରାୟଗଡା ଜିଲ୍ଲାର ଗୁଡାରୀଠାରେ ୧୨୮ ଦଶମିକ ୬ ଏବଂ କେନ୍ଦୁଝର ଜିଲ୍ଲାର ତେଲକୋଇଠାରେ ୧୨୬ ଦଶମିକ ୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

Get real time updates directly on you device, subscribe now.