fbpx

BSNL ଆଣିଲା ଦମଦାର ରିଚାର୍ଜ ପ୍ଲାନ: ୧୬୦ ଦିନ ପାଇଁ ଦୈନିକ 2GB ଡାଟା, ମିଳିବ ସୁପରଫାଷ୍ଟ ଇଣ୍ଟରନେଟ୍

ନୂଆଦିଲ୍ଲୀ: BSNL ନିଜ ଗ୍ରାହକଙ୍କ ପାଇଁ ଅନେକ ଗୁଡ଼ି ନୂଆ ରିଚାର୍ଜ ପ୍ଲାନ ଆରମ୍ଭ କରିଛି । ଏଥିରେ ଲମ୍ବା ଭ୍ୟାଲିଡିଟି, ଅନଲିମିଟେଡ କଲିଙ୍ଗ ଏବଂ ଶସ୍ତା ଡାଟା ପ୍ୟାକ୍ ଇତ୍ୟାଦି ସୁବିଧା ପାଇପାରିବେ ୟୁଜର । ବିଭିନ୍ନ ଘରୋଇ ଟେଲିକମ୍ କମ୍ପାନୀମାନଙ୍କର ମହଙ୍ଗା ରିଚାର୍ଜ ପ୍ଲାନ ଯୋଗୁଁ ଅଧିକାଂଶ ୟୁଜର ଏବେ ସରକାରୀ କମ୍ପାନୀ BSNL ଆଡ଼କୁ ମନ ବଳାଇଛନ୍ତି । ସରକାରଙ୍କ ଏହି ଟେଲିକମ୍ କମ୍ପାନୀ ସାରା ଦେଶରେ ୪ଜି ସେବା ଆରମ୍ଭ କରିବା ପାଇଁ ପ୍ରସ୍ତୁତି ଜାରି ରଖିଥିବା ବେଳେ କିଛି ରାଜ୍ୟରେ ୪ଜି ଚାଲୁ ରହିଛି । ତେବେ ୟୁୁଜରଙ୍କ ପାଇଁ କିଛି ଶସ୍ତା ରିଚାର୍ଜ ପ୍ଲାନ ଉପଲବ୍ଧ କରିଛି BSNL ।

୯୯୭ ଟଙ୍କାର ରିଚାର୍ଜ ପ୍ଲାନ: ଏଥିମଧ୍ୟରୁ ଏକ ସ୍ପେଶାଲ ପ୍ଲାନ ହେଉଛି ୯୯୭ ଟଙ୍କାର ରିଚାର୍ଜ ପ୍ଲାନ । ଏଥିରେ ୟୁଜରଙ୍କୁ ୧୬୦ ଦିନ ପର୍ଯ୍ୟନ୍ତ ଭ୍ୟାଲିଡିଟି ଏବଂ ମୋଟ ୩୨୦ ଜିବି ଡାଟା ମିଳିଥାଏ । ଏହି ପ୍ଲାନରେ ୟୁଜରଙ୍କୁ ପ୍ରତିଦିନ ୨ ଜିବି ଲେଖାଏଁ ହାଇ ସ୍ପିଡ ଡାଟା ଏବଂ ୧୦୦ ମାଗଣା SMS ଦେଉଛି କମ୍ପାନୀ । ଏହାବ୍ୟତୀତ ୟୁଜର ଯେକୌଣସି ନେଟୱର୍କକୁ ମାଗଣା ଅନଲିମିଟେଡ କଲିଙ୍ଗ ଏବଂ ସାରା ଦେଶରେ ମାଗଣା ରୋମିଙ୍ଗ କଲ୍ ଫାଇଦା ଉଠାଇପାରିବେ ୟୁଜର । ଏହି ପ୍ଲାନରେ ହାର୍ଡି ଗେମ୍ସ, ଜିଙ୍ଗ ମ୍ୟୁଜିକ୍ BSNL ଟ୍ୟୁନ୍ସ ଇତ୍ୟାଦି ସୁବିଧା ମଧ୍ୟ ମିଳିପାରିବ ।

BSNL ୪ଜି  ଲଞ୍ଚ୍ କରିବା ସହ ଖୁବଶୀଘ୍ର ୫ଜି ଲଞ୍ଚ୍ କରିବା ନେଇ ମଧ୍ୟ ଫୋକସ୍ କରିଛି । ସରକାରୀ ଟେଲିକମ୍ କମ୍ପାନୀ ୪ଜି ସେବା ପାଇଁ ସମସ୍ତ ଟେଲିକମ୍ ଅଞ୍ଚଳରେ ନୂଆ ମୋବାଇଲ ଟାୱାର ଲଗାଇଛି ଏବଂ ୫ଜି ନେଟୱର୍କର ପରୀକ୍ଷଣ ଆରମ୍ଭ କରିଦେଇଛି । ତେଣୁ ଖୁବଶୀଘ୍ର BSNL ମଧ୍ୟ ୫ଜି ସେବା ଉପଲବ୍ଧ କରାଇବ ବୋଲି ଆଶା ରଖିଛନ୍ତି ୟୁଜର ।

Get real time updates directly on you device, subscribe now.