fbpx

ଗଣେଶ ପୂଜାରେ ବାଜିବନି DJ: ପୁଷ୍ପାଞ୍ଜଳି ସମୟରେ ହେବ ନିଶାମୁକ୍ତି ଶପଥ

କଟକ: ଆସୁଛି ହିନ୍ଦୁ ଧର୍ମାବଲମ୍ବୀ ମାନଙ୍କର ସବୁଠାରୁ ବଡ଼ ପର୍ବ ଗଣେଶ ପୂଜା । ସେପ୍ଟେମ୍ବର ୭ ତାରିଖରେ ପୁଣିତରେ ମହୀକୁ ଆସୁଛନ୍ତି ଗଣପତି ବାବା । ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୂଜା ଏବଂ ଏହାର ପ୍ରସ୍ତୁତିକୁ ନେଇ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଏଥର ଗଣେଶ ପୂଜାରେ ଡିଜେ ଉପରେ ବ୍ୟାନ୍ ଆଦେଶ ଜାରି ହୋଇଛି ।

ଚଳିତବର୍ଷ ଗଣେଶ ପୂଜାରେ ଡିଜେ ବାଜିବନି ଏବଂ ଏହା ଉପରେ ବ୍ୟାନ୍ ଲଗାଇବାକୁ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଛି । ଏ ନେଇ ପୋଲିସ କମିଶନର ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି । ଏହାସହିତ ପୁଷ୍ପାଞ୍ଜଳି ସମୟରେ ନିଶାମୁକ୍ତି ଶପଥ କରିବେ ପୂଜକ । ସେହିପରି ଜୋର ଜବରଦସ୍ତ ଚାନ୍ଦା ଆଦାୟ କରିବା ପାଇଁ ମଧ୍ୟ ବାରଣ କରାଯାଇଛି । ସିଲଭର ସିଟିରେ ଭିଡ଼ ନିୟନ୍ତ୍ରଣ ରୋକିବା ପାଇଁ ଅଧିକ ଫୋର୍ସ ମଧ୍ୟ ମୁତୟନ କରାଯିବ । ତେବେ ପୂଜା ପରେ ଭଷାଣି କରିବା ପୂର୍ବରୁ ପୋଲିସ ପ୍ରଶାସନ ତରଫରୁ ଅନୁମତି ଆଣିବା ପାଇଁ ପୂଜା କମିଟି ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେପ୍ଟେମ୍ବର ୭ ତାରିଖରେ ଗଣେଶ ପୂଜା ପାଳନ ହେବ । ଏହାପରେ ସେପ୍ଟେମ୍ବର ୧୫,୨୨ ଏବଂ ୨୯ ତାରିଖରେ ଭଷାଣି ପାଇଁ ଅନୁମତି ଦିଆଯିବ ବୋଲି ପୋଲିସ କମିଶନର ସଞ୍ଜୀବ ପଣ୍ଡା ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.