fbpx

ଏହା କୋଲକାତା ନୁହେଁ, ଏହା ହେଉଛି ମହିଳାଙ୍କ ପାଇଁ ବିଶ୍ୱର ସବୁଠୁ ସୁରକ୍ଷିତ ସହର, ଭୟ ନ ଥାଏ, ଦୁଷ୍କର୍ମ ଶବ୍ଦ ବି ନଥାଏ…

ଓଡିଶା ଭାସ୍କର: କୋଲକାତା! ନାଁ ଶୁଣିଲେ ଏବେ ଭୟ ଲାଗୁଛି । ସାରା ଦେଶ ଏବେ କୋଲକାତା ଦୁଷ୍କର୍ମ-ହତ୍ୟାକୁ ନିନ୍ଦା କରୁଛି । ତାହାସହ ଏଭଳି ଅମାନବୀୟ କାର୍ଯ୍ୟ କୋଲକାତା ସହରକୁ ମଧ୍ୟ ଲଜ୍ଜିତ ତଥା କଳଙ୍କିତ କରି ସାରିଛି । ଦେଶରେ ଝିଅ ବାହାରକୁ ବାହାରିବାକୁ ଭୟ କରୁଛି । ଭାରତର ଅନେକ ସହର ଏବେ ତାକୁ ଡରାଉଛି । କାରଣ କାଳେ ତାହାର କେହି କିଛି କ୍ଷତି କରିବେ କି- ଏହି ଭାବନାରେ ଏବେ ଭାରତର ଝିଅମାନେ ଘାଣ୍ଟି ହେଉଛନ୍ତି । ଏହାବାଦ ଅଭିଭାବକ ତଥା ପିତାମାତାଙ୍କ ମନରେ ମଧ୍ୟ ସହରକୁ ନେଇ ଭୟର ବାତାବରଣ ଖେଳୁଛି । ମାତ୍ର ଦୁନିଆରେ ଏମିତି ଅନେକ ସହର ଅଛି, ଯେଉଁଠି ଏହାର ବିପରୀତ ଦୃଶ୍ୟ ଦେଖିବାକୁ ମିଳିଥାଏ । କ୍ରାଇମ ଓ ସେଫଟି ଇନଣ୍ଡେକ୍ସ ୨୦୨୪ ଅନୁସାରେ ଜାଣିବା ବିଶ୍ୱର ସବୁଠୁ ସୁରକ୍ଷିତ ସହର ବାବଦରେ..

ଏହି ତାଲିକାର ପ୍ରଥମସ୍ଥାନରେ ରହିଛି ୟୁନାଇଟେଡ ଆରବ ଇମିରେଟସର ଆବୁଧାବି । ଯାହାକୁ ବିଶ୍ୱର ସବୁଠୁ ସୁରକ୍ଷିତ ସହର ଭାବରେ ବିବେଚନା କରଯାଏ । ଏହି ସହରରେ ଲୋକଙ୍କ ସୁରକ୍ଷାକୁ ବେଶ୍ ଗୁରୁତ୍ୱ ଦିଆଯାଏ ଓ ଅପରାଧ ମଧ୍ୟ ଏଠି ବେଶ୍ କମ୍ । ଏହାବାଦ ତାଲିକାରେ ଏହି ଦେଶର ଆଉ ଏକ ସହର ଅଜମାନର ନାମ ଆସିଥାଏ । ଏହି ସହରର ପୁଲିସ ଅତ୍ୟଧିକ ବଳଶାଳୀ ଥାଆନ୍ତି । ଫଳରେ କ୍ରାଇମ ସହରର ଦ୍ୱାରକୁ ଆସିବାକୁ ଭୟ କରେ ।

ଏତତବ୍ୟତୀତ କାତାରସ୍ଥିତ ଦୋହାକୁ ମଧ୍ୟ ବିଶ୍ୱର ସବୁଠୁ ସୁରକ୍ଷିତ ସହର ଭାବରେ ପରିଗଣିତ କରାଯାଏ । ଏଠାରେ ବି କ୍ରାଇମ ରେଟ ବହୁତ କମ୍ । ଏହାବାଦ ୟୁନାଇଟେଡ ଆରବ ଇମିରେଟସରେ ଅବସ୍ଥିତ ଦୁବାଇ ମଧ୍ୟ ଏହି ତାଲିକାରେ ରହିଛି । ଏଠାରେ ମଧ୍ୟ ଦୁଷ୍କର୍ମ-ହତ୍ୟା ଭଳି ଘଟଣା ବହୁତ କମ୍ ଦେଖିବାକୁ ମିଳେ । ଶେଷ ତଥା ପଞ୍ଚମ ସ୍ଥାନରେ ଆସେ ତାଇପୋଇ ସହର, ଯେଉଁଠାରେ ସାଧାରଣ ମହିଳାଟେ ବିନ୍ଦାସ ବିଚରଣ କରେ । ହସିଖୁସିରେ ବୁଲେ ଓ ନିଜର ସୁରକ୍ଷା ମଧ୍ୟ କରିବାକୁ ହିଁ ପଡେନି ।

Get real time updates directly on you device, subscribe now.