fbpx

POCO Pad 5G ଲଞ୍ଚ ତାରିଖ ଘୋଷଣା: ଭାରତୀୟ ମାର୍କେଟକୁ ଆସୁଛି ନୂଆ ଟାବଲେଟ୍

ନୂଆଦିଲ୍ଲୀ: ଭାରତୀୟ ବଜାରକୁ ପୋକେ ନିଜର ଟାବଲେଟ୍ ନେଇ ଆସୁଛି । ସାଓମୀର ଏହି ସବ-ବ୍ରାଣ୍ଡ ଏକ ଦମଦାର ଟାବଲେଟ ଆଗାମୀ ସପ୍ତାହରେ ଲଞ୍ଚ ହେବ । କମ୍ପାନୀ ଏହାକୁ ଗ୍ଲୋବାଲ ମାର୍କେଟରେ ଲଞ୍ଚ କରି ସାରିଛି । ମାତ୍ର କିଛି ପରିବର୍ତ୍ତନ ସହିତ ପୋକୋ ନିଜର ନୂଆ ଟାବଲେଟ୍ ଆଣୁଛି । ମାଇକ୍ରୋସାଇଟ ଫ୍ଲିପକର୍ଟ ପ୍ଲାଟଫର୍ମରେ ଏହାର ଲାଇଭ୍ ହୋଇସାରିଛି । ଏଥିରେ ୧୦୦୦ଏମଏଏଚର ବ୍ୟାଟେରୀ ସୁବିଧା ମିଳିବ । କମ୍ପାନୀ ପକ୍ଷରୁ ଟାବଲେଟର ଡିଜାଇନ ଓ ଡିସପ୍ଲେର ସ୍ପେସିଫିକେସନ୍ସ ମଧ୍ୟ ଶେୟାର କରାଯାଇଛି । ଏହି ଡିଭାଇସ୍ କେବଳ ୱାଇ-ଫାଇ ଭାରିଆଣ୍ଟରେ ଆସିବ । ପୋକୋ ପଡକୁ କମ୍ପାନୀ ପୂର୍ବରୁ ଅନେକ ମାର୍କେଟରେ ଲଞ୍ଚ କରିସାରିଥିବା ବେଳେ ଭାରତୀୟ ବଜାରରେ ଲଞ୍ଚ କରିବା ନେଇ ଅଫିସିଆଲ ଭାବେ ସ୍ପଷ୍ଟ କରିଛି ।

କମ୍ପାନୀ ଏହାକୁ ଗତ ମେ ମାସରେ ଲଞ୍ଚ କରିଥିବା ବେଳେ ଭାରତୀୟ ଭାରିଆଣ୍ଟରେ ୫ଜି କନେକ୍ଟିଭିଟି ବ୍ୟତୀତ ଅନେକ ସ୍ପେସିଫିକେସନ ମିଳୁଛି । ଏହି ଡିଭାଇସରେ ସ୍ନାପଡ୍ରାଗନ ୭ଏସ ଜେନ ୨ ପ୍ରୋସେସର ଓ ୧୦୦୦ଏମଏଏଚର ବ୍ୟାଟେରୀ ମିଳୁଛି । ଅଗଷ୍ଟ ୨୩ ତାରିଖ ଦ୍ୱିପ୍ରହର ୧୨ଟା ସମୟରେ ପୋକୋ ପଡ୍ ୫ଜି ଲଞ୍ଚ ହେବ । ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ କମ୍ପାନୀ ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ଟାବଲେଟକୁ ବ୍ଲୁ କଲରରେ ଟିଜ କରାଯିବା ସହିତ ଷ୍ଟୟଲସ ଓ କୀବୋର୍ଡକୁ ମଧ୍ୟ ଟିଜ କରାଯାଇଛି । ଗ୍ଲୋବାଲ ଭାରିଆଣ୍ଟରେ ପୋକୋ ପଡକୁ କମ୍ପାନୀ ବ୍ଲୁ ଓ ଗ୍ରେ କଲରେ ଲଞ୍ଚ କରିଥିଲା । ଟାବଲେଟର ତଳ ଭାଗରେ ସ୍ପିକର ଗ୍ରୀଲ, ୟୁଏସବି ଟାଇପ-ସି ପୋର୍ଟ ଓ ୩.୫ଏମଏମର ଅଡିଓ ଜ୍ୟାକ ରହିଛି । ଟାବଲେଟକୁ ମାଇକ୍ରୋସାଇଟ୍ ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକର୍ଟରେ ଲାଇଭ୍ କରାଯାଇଛି ।

Get real time updates directly on you device, subscribe now.