fbpx

ପୁଣି ଥରେ ଧମାଲ କଲା Jio! ଲଞ୍ଚ ହେଲା ୧୯୮ ଟଙ୍କିଆ ପ୍ରିପେଡ୍ ପ୍ଲାନ୍, ମିଳୁଛି ଅନଲିମିଟେଡ୍ 5G ଡାଟା ଓ କଲିଂ

ନୂଆଦିଲ୍ଲୀ: ଟେଲିକମ୍ ଇଣ୍ଡଷ୍ଟ୍ରିରେ ପୁଣି ଥରେ ରିଲାଏନ୍ସ ଜିଓ ଧମାଲ କରିଛି । ଏହା ମଧ୍ୟରେ ଜିଓ ୨୦୦ ଟଙ୍କାରୁ କମ୍ ଦାମ୍ ବିଶିଷ୍ଟ ଏକ ନୂଆ ପ୍ଲାନ୍ ଲଞ୍ଚ କରିଛି । ସବୁଠାରୁ ବଡ଼ କଥା ହେଉଛି ଏହି ପ୍ଲାନକୁ ରିଚାର୍ଜ କଲେ ଗ୍ରାହକମାନେ କମ୍ ଦାବିରେ ୫ଜି ସୁବିଧା ଉଠାଇ ପାରିବେ । ୧୯୮ ଟଙ୍କିଆ ପ୍ରିପେଡ୍ ପ୍ଲାନରେ ଗ୍ରାହକଙ୍କୁ ଅନଲିମିଟେଡ୍ ୫ଜି ଡାଟା ଓ କଲିଂ ସୁବିଧା ମିଳୁଛି । ୧୯୮ ଟଙ୍କିଆ ପ୍ରିପେଡ ପ୍ଲାନର ଭାଲିଡିଟୀ ୧୪ ଦିନ ରହିଥିବା ବେଳେ ଏହି ପ୍ଲାନରେ ଦୈନିକ ଗ୍ରାହକଙ୍କୁ ୨ ଜିବି ୪ଜି ଡାଟା ମିଳିଥାଏ ।

ତେବେ ଗ୍ରାହକମାନେ ଯଦି ଜିଓର ୫ଜି ନେଟୱାର୍କ ଜୋନରେ ରହିଥିବେ ତେବେ ଏହି ପ୍ଲାନ ସହିତ ଅନଲିମିଟେଡ ୫ଜି ଡେଟାର ଫାଇଦା ଉଠାଇ ପାରିବେ । ଦୈନିକ ମିଳୁଥିବା ୪ଜି ଡାଟା ସମାପ୍ତ ହେବା ପରେ ଇଣ୍ଟରନେଟ ସ୍ପିଡ୍ ହ୍ରାସ ପାଇ ୬୪ କେବିପିଏସରେ ରହିଯିବ । ଏହି ରିଚାର୍ଜ କରୁଥିବା ଗ୍ରାହକଙ୍କୁ ଅନଲିମିଟେଡ୍ ଭଏସ୍ କଲିଂ ସୁବିଧା ମଧ୍ୟ ମିଳୁଛି । ଏଥିସହିତ ଦୈନିକ ୧୦୦ ଏସଏମଏସ ମଧ୍ୟ ମାଗଣାରେ ମିଳୁଛି । ଗ୍ରାହକମାନେ ଜିଓଟିଭି, ଜିଓସିନେମା ଓ ଜିଓକ୍ଲାଉଡକୁ ମାଗଣାରେ ମଧ୍ୟ ସବସ୍କ୍ରିପସନ କରିପାରିବେ ।

ସୂଚନାଯୋଗ୍ୟ ଯେ, ଅନଲିମିଟେଡ ୫ଜି ଡାଟା ଅଫର ଉପଲବ୍ଧ ଥିବା ଏହା ହେଉଛି ଜିଓର ସବୁଠାରୁ ଶସ୍ତା ପ୍ଲାନ । ପୂର୍ବରୁ ଅସୀମିତ ୫ଜି ଡାଟା ପାଇଁ ସର୍ବନିମ୍ନ ୩୪୯ ଟଙ୍କା ରିଚାର୍ଜ କରିବାକୁ ପଡ଼ୁଥିଲା । ଏହି ପ୍ଲାନର ବୈଧତା ୨୮ ରହିଥିବା ବେଳେ ସେଥିରେ ଗ୍ରାହକଙ୍କୁ ଅସୀମିତ ୫ଜି ଡାଟା ଓ ୨ଜିବି ଡୋଟା ମିଳୁଥିଲା ।

Get real time updates directly on you device, subscribe now.